-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ପୋଲସରା (କୁମୁଦ ଚନ୍ଦ୍ର ବେହେରା) :ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ରେ ଏକ ବିସ୍ମୟ ଘଟଣା ଦେଖିବା ପାଇଁ ମିଳିଛି।ପୋଲସରା ଦେବୀନଗର ଦ୍ୱିତୀୟ ଲାଇନ ରେ ଥିବା ସୁମିତ୍ରା ମହାନ୍ତି ଙ୍କ ବାସ ଭବନରେ ଏକ କୂଅ ରୁ ପଚିସି ଦିନ ହେଲା ଗରମ ପାଣି ବାହାରୁଛି । କୂଅର ପାଣି ଏତେ ଗରମ ଯେ ହାତ ଲଗେଇ ହେଉନି । ନିକଟରେ ଥିବା ଏକ ବୋରିଂରୁ ଥଣ୍ଡାପାଣି ବାହାରୁ ଥିବା ବେଳେ କୂଅ ପାଣି ଟକର ମକର ହୋଇ ଫୁଟୁଥିବାର ଦେଖି ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଭୁତତ୍ୟ ବିଭାଗ ପହଂଚି ଅନୁସନ୍ଧାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି