-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଲାୟନ୍ସ କ୍ରିକେଟ ଏକାଡେମୀ ପାଟଣାଗଡ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାୟନ୍ସ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୬.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୪ ରନ ସଂଗ୍ରହ କରିଥିଲା । ଲାୟନ୍ସ ଦଳ ତରଫରୁ ମୋହିତ ପାଢି ସର୍ବାଧିକ ୧୦ ରନ ସଂଗ୍ରହ କରିଥିଲେ । । ଟିଟିଲାଗଡ ଦଳ ତରଫରୁ ସଫଳ ବଳ ଭାବରେ ଦିବ୍ୟମ୍ ଛପାଡିଆ ୪ ଗୋଟି ୱିକେଟ, ବେଣୁଧର ସେଠ ୪ ଗୋଟି ଓି୍ୱକେଟ ଓ ମୟଙ୍କ ସାହୁ ୧ ଗୋଟି ୱିକେଟ ଅକ୍ତିଆର କରିଥିôଲେ । ଏହାର ଜବାବରେ ଟିଟିଲାଗଡଣ୍ଟଦଳ ୩ ଓି୍ୱକେଟ ହରାଇ ଆବଶ୍ୟକୀୟ ୭୫ରନ୍ ସଂଗ୍ରାହଣ କରି ୭ ଓି୍ୱକେଟରେ ବିଜୟ ଲାଭ କରିଥିଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବ୍ୟାଟ୍ସ୍ମେନ ଭାବରେ ବେଣୁଧର ସେଠ ସର୍ବାଧିକ ୨୫ ରନ୍ ଓ ରାକେଶ ପରିଡା ୧୪ ରନ୍ ସଂଗ୍ରହ କରିଥିଲେ । ଲାୟନ୍ସ କ୍ରିକେଟ ଏକାଡେମୀ ତରଫରୁ ରୋନିତ ପୁରୋହିତ ୨ ଟି ୱିକେଟ ଓ ସଚ୍ଚିଦାନନ୍ଦ ଷାଣ୍ଢ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠି, ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।