-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||     

HOME   ଜିଲ୍ଲା

କନ୍ଧମାଳରେ ଦ୍ୱିତୀୟ ଥର ପାଇଁ ପୁଣି ୩ କରୋନା ପଜିଟିଭ ଚିହ୍ନଟ

26-Feb-2021



 କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ) : ଦ୍ୱିତୀୟ ଥର ପାଇଁ କରୋନା ମୁକ୍ତ ଘୋଷଣାର ଆଠ ଦିନ ପରେ କନ୍ଧମାଳ ଜିଲାରେ ପୁଣି ତିନି ଜଣ କୋଭିଡ ପଜିଟିଭ ଚିହ୍ନଟ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଜିଲାରେ ତିନି ଜଣ ନୂଆ ରୋଗୀ ବାହାରିଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ଜିଲାରେ ୫,୯୫୦ ଜଣ ମହାମାରୀରେ  ସଂକ୍ରମିତ ହୋଇଥିବା ବେଳେ ୫୯୧୪ ଜଣ ସୁସ୍ଥ ହୋଇଛନ୍ତି। ତିନି ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ସମୁଦାୟ ୩୩ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଗତ ୨୦୨୦ ମସିହା ମେ ମାସ ୧୮ ତାରିଖରେ କନ୍ଧମାଳ ଜିଲାର ପ୍ରଥମ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଦୀର୍ଘ ୮ ମାସ ୧୮ ଦିନ ପରେ ଚଳିତ ମାସ ୪ ତାରିଖରେ ଜିଲାରେ ଆକ୍ରାନ୍ତ ଏବଂ ଆକ୍ଟିଭ କେସ ଶୂନରେ ପହଂଚିଥିଲା । ଫଳରେ ଜିଲାକୁ ସଂପୂର୍ଣ୍ଣ କରୋନା ମୁକ୍ତ ଘୋଷଣା କରାଯାଇଥିଲା। ତେବେ ଏହାର ୫ ଦିନ ପରେ ଅର୍ଥାତ, ୯ ତାରିଖ ଦିନ ପୁଣି ଜିଲାରେ ୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଏହା ପର ଠାରୁ ୧୮ ତାରିଖ ପର୍ୟ୍ୟନ୍ତ ଆଉ କୌଣସି ନୂଆ ରୋଗୀ ବାହାରି ନ ଥିଲେ। ଆକ୍ଟିଭ କେସ ମଧ୍ୟ ଶୂନରେ ପହଂଚିଥିଲା। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦ୍ୱୀତୀୟ ଥର ପାଇଁ କନ୍ଧମାଳ ଜିଲାକୁ କୋଭିଡ ମୁକ୍ତ ଘୋଷଣା କରାଯାଇଥିଲା। ତେବେ ଏହାର ଆଠ ଦିନ  ପରେ ପୁଣି ତିନି ପଜିଟିଭ ବାହାରିବା ପ୍ରଶାସନ ପାଇଁ ଆଉଥରେ ଚିନ୍ତାର କାରଣ ହୋଇଛି। ସୂଚନାଯୋଗ୍ୟ, ଡିସେମ୍ବର ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା। ଇତି ମଧ୍ୟରେ କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ କଟକଣାକୁ କଡାକଡି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ନୂଆ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଆହରି ସତର୍କ ହେବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରଶାସନର ବାରମ୍ବାର ସଚେତନତା ଓ ଘୋଷଣା ପରେ ମଧ୍ୟ ସହର ଓ ଜିଲାର ବିଭିନ୍ନ ଅଞ୍ଚଳରେ ସାମାଜିକ ଦୂରତ୍ୱ ଓ ମାକ୍ସ ବ୍ୟବହାର ଉପରେ ଅନେକ ଗୁରୁତ୍ୱ ଦେଉନଥିବାର ଦେଖାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   12-Oct-2026
  ଜିଲ୍ଲା  
*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   12-Oct-2026
  ଜିଲ୍ଲା  
କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   12-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   12-Oct-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026

You Might Also Like