-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ କାଦୋଦର ପଂଚାୟତର ବମରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଶରରେ ରକ୍ତଦାତା ମହାସଂଘ ଦିବ୍ୟଉର୍ଯ୍ୟା ଏବଂ ଗୋପାଲଜୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କାଦୋଦର ସରପଂଚ ମୟୂରୀ ବାଘ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସମାଜସେବୀ କିଶୋର ମୋହନ ମହାକୁର, ରମାକାନ୍ତ ପଣ୍ଡା ଯାଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସୁବର୍ଣ୍ଣପୁର ରକ୍ତଭଣ୍ଡାରରୁ ଡ.ବିଶ୍ୱନାଥ ରଥ, ଜଗତ ଦରୁଆନ, ସିବାଷ ପଣ୍ଡା, ଯୁଧିଷ୍ଠିର ନାଏକ, ସୁନୀଲ ମହାନ୍ତୀ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି ଅବଶରରେ ଓଡିଶା ରକ୍ତଦାତା ମହାସଂଘର ସଦସ୍ୟ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ଯୋଗଦେଇ ସମସ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଆଂଚଲିକ ରକ୍ତଦାତା ସଂଘର ଆବାହକ ଅଂଜନ ପଧାନ, ଗୋପାଲଜୀ ଯୁବସେବା ସଂଘର ବରିଷ୍ଠ ସଦସ୍ୟ ଉମାକାନ୍ତ ପାଣିଗ୍ରାହୀ, ଦୀପକ ସିଂ, ଦେବରଂଜନ ବଘାର, ମହାଦୀପ ମହାକୁର, ଶିଶଙ୍କର ବାରିକ, କିର୍ତୀ ମହାକୁର, ଗୌରଚନ୍ଦ୍ର ମହାକୁର, ସଦାନନ୍ଦ ସିଂ, ମଦନ ଗୋପାଲ ନାଏକ, ସଦାନନ୍ଦ ଦେହୁରୀ, ଶ୍ରୀନିବାସ ଗଡୁଆ, ହରିହର ପଲତା, ଦୟାନିଧି ପଲତା, ନକୁଲ ପଧାନ, ସିକୁନ ମହାକୁର, ଉତମ ଗାଇଗରିଆ, ସାନ୍ତନୁ କର୍ଣ୍ଣଙ୍କ ସମେତ ଆୟୋଜକ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।