-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ପାଟଣାଗଡ଼ (ଗୋରେଖନାଥ ବରିହା ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଗେର୍ଡା ପଞ୍ଚାୟତ ଗଏଲପିଟା ଗ୍ରାମ ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଶିଶୁ ମାନଙ୍କ ରୋଷେଇ ଓ ପାନୀୟଜଳ ପାଇଁ ପାଚିକା କେନ୍ଦ୍ର ରୁ ପ୍ରାୟ ୧ କିମି ଦୂରରେ ଥିବା ଗାଁ ବସ୍ତିର ନଳକୂପ ରୁ ପାଣି ଆଣି ବ୍ୟବହାର କରୁଥିବା ପାଚିକା କୈାଶଲ୍ୟା ବରିହା ପ୍ରକାଶ କରିଛନ୍ତି । କେନ୍ଦ୍ର ରେ ନଳକୂପ ଖନନ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଙ୍ଗନୱାଡ଼ି କର୍ମୀ ରିତଞ୍ଜଳୀ ବାଗ କହିଛନ୍ତି । ବର୍ତମାନ ଗ୍ରିଷ୍ମ ପ୍ରଭାବ ଧିରେଧିରେ ବଢ଼ିବାରେ ଲାଗିଛି । ଏଥିପ୍ରତି ସ୍ଥାନୀୟ ସରପଞ୍ଚ ଦୃଷ୍ଟି ଦେଇ ଅଙ୍ଗନୱାଡ଼ି କେନ୍ଦ୍ର ରେ ନଳକୂପ ଖନନ କରିବାକୁ ଦାବି ହେଉଛି ।