-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ଟିଟିଲାଗଡ଼ (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନାରେ ସଙ୍କର କୁମାର ରଜତ(୪୦)ନାମକ ଜଣେ ବ୍ୟକ୍ତି ଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ସଙ୍କର ତାଙ୍କର ଦୁଇ ସହଯୋଗୀ ଙ୍କ ସହ ଆଲେପି ଯିବାକୁ ଟିକଟ କରି ଟ୍ରେନ ରେ ଚନ୍ଦ୍ରପୁର ରୁ ବସିଥିଲେ । ହେଲେ ଟିଟିଲାଗଡ ରେଳ ଷ୍ଟେସନରେ ହଟାତ ଗୁରୁତର ହୋଇଯିବା ଯୋଗୁଁ ତାଙ୍କୁ ତୁରନ୍ତ ଟିଟିଲାଗଡ ସରକାରୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବା କିଛି ସମୟ ପରେ ତାଙ୍କ ପ୍ରାଣ ହରାଇଥିବା ଡାକ୍ତର ପ୍ରକାଶ କରିଥିଲେ । ତେବେ ଉକ୍ତ ମୃତକ ଙ୍କ ପରିବାର ଲୋକେ କେହି ନ ଥିବା ଓ ଦୁଇ ସାଙ୍ଗ ଙ୍କ ହାତରେ ଟଙ୍କା ନ ଥିବା ବେଳେ ଉକ୍ତ ସବ ନେଇ ଝାରଖଣ୍ଡ ରାଜ୍ୟ କୁ ସେମାନେ ଯିବାକୁ ଗୁହାରି କରୁଥିବା ବେଳେ ସ୍ଵର୍ଗରଥ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରିବା ନିମନ୍ତେ ଜଣାଇଛନ୍ତି ।