-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ଗତ କିଛି ଦିନ ହେଲା ବଲାଙ୍ଗିର ଜିଲାରେ କରୋନା ସଂକ୍ରମଣ ହାର ପୁଣି ବଢୁଥିବା ଦେଖା ଯାଇଛି l ଆଜି ବଲାଙ୍ଗିର ଜିଲ୍ଲାରେ 6
ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି l ବଲାଙ୍ଗିର ପୌରାଞ୍ଚଳର ୱାର୍ଡ଼ ନମ୍ବର 2 ରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତୁରେକେଲା ବ୍ଲକ ର ସରଗୁଲ ରୁ ଜଣେ, ଦେଓଗାଁ ବ୍ଲକ ର ଅର୍ଜୁନପୁର ରୁ ଜଣେ, ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗlଡ଼ ରୁ ଜଣେ,ସଇଁତଳା ବ୍ଲକ ର ବିବିନl ରୁ ଜଣେ ଓ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଅନ୍ତରଡା ରୁ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ l
ସୂଚନlଯୋଗ୍ୟ, ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8832 ଜଣା ପଜିଟିଭ ଚିହ୍ନଟ ହୋଇଥିବ ବେଳେ 16 ଟି ଆକ୍ଟିଭ କେଶ୍ ରହିଛି ଓ ମୋଟ 8774 ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି l