-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ଆସ୍କା(ପ୍ରେରଣା ଖବର)ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଟିଳିଗୁଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର୍ ସାଇକେଲକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଛନ୍ତି ।ମୃତ ସାଇକେଲ ଆରୋହୀ ହେଲେ ଚେରମାରିଆ ଗାଁର ୫୦ ବର୍ଷୀୟ ବ୍ରଜ ବନ୍ଧୁ ଗୌଡ଼ l ଚେର ମାରିଆ ଗାଁରୁ ବ୍ରଜ ବନ୍ଧୁ ସାଇକେଲ ଯୋଗେ ଆସିକା ଅଭିମୁଖେ କ୍ଷୀର ଦେବା ପାଇଁ ଯାଉଥିଲେ । ସେହି ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ପୋଲିସ ପଂହଁଚି ମୃତଦେହକୁ ଜବତ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାରକୁ ଅଟକ ରଥି ତଦନ୍ତ ଜାରି ରଖିଛି ।