-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
କଳାହାଣ୍ଡି,କୋକସରା(ତ୍ରିନାଥ ଵେଶ୍ରା)
କଳାହାଣ୍ଡି ଜିଲ୍ଲାଧର୍ମଗଡ ବ୍ଳକ ର ଭିରକାପଡା ଗ୍ରାମଠାରେ ନାଗରିକ ବିକାଶ ସଂଗଠନ , କଳାହାଣ୍ଡି ତଥା ମହିଳା ଶ୍ରମଜୀବୀ ମଞ୍ଚ ଓ ଓଡ଼ିଶା ଶ୍ରମଜୀବୀ ମଞ୍ଚ ତରଫରୁ ବ୍ଳକ ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମ ମିଶନ୍ ୧ ଲକ୍ଷ ଅଭିଜାନ ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଟିପିଗୁଡା ସରପଞ୍ଚ ଶ୍ରୀମତୀ ନିରୁପମା ନାଏକ ଉଦଘାଟନୀ କାର୍ଯ୍ୟ କ୍ରମ ରେ ଯୋଗଦାନ କରି ଉଦଘାଟନ କରିଥିଲେ।ଏଠାରେ ନିମନ୍ତ୍ରିତ ଅତୀଥି ମାନଙ୍କ ମଧ୍ୟରେ କୃତିବାସ ବୋଡେକ ଯୋଗଦେଇଥିଲେ। ମିଶନ୧ ଲକ୍ଷ ଅଭିଜାନ ନାମରେ ନାମିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡ଼ିଶା ର୧୭ ଗୋଟି ଜିଲ୍ଲାରେ ୧ଲକ୍ଷ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଯେଉଁ ମାନେ ଅଧିକାଂଶ ସମୟରେ ସେମାନଙ୍କ ଶିକ୍ଷା ପାଇଁ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ସେମାନେ ଏହି ଯୋଜନାରେ ଲାଭାନ୍ବିତ ହେବେ।
ଏହି କାର୍ଯ୍ୟକ୍ରମ 3ଟି ପର୍ଯ୍ୟାୟରେ ୧୦୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୦୦ ରୁ ଊର୍ଦ୍ଧ୍ବ ମୋ ଚାଟଶାଳୀ କେନ୍ଦ୍ର ପରିଚାଳିତ ହେବ। ଯେଉଁଥିରେ ୧ମ ଶ୍ରେଣୀ ରୁ 5ମ ଶ୍ରେଣୀ ର ୧୫୦୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ସେୟଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ।ଏହି ସେୱଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିକାର ମୂଳକ ପାଠ ପଢାଇବା ପାଇଁ ତାଲିମ ଦିଆଯିବ।ଯଦ୍ୱାରା ସେମାନେ ଆବଶ୍ୟକୀୟ ଦକ୍ଷତା ହାସଲ କରିପାରିବେ। ସମସ୍ତ ମୋ ଚାଟଶାଳୀ ରେ ରାଜ୍ୟ ସରକାର ଙ୍କ ଉଜ୍ବଳ ୧ମ ଶ୍ରେଣୀ ରୁ 5ମ ଶ୍ରେଣୀ ବିଷୟବସ୍ତୁ ଗୁଡିକୁ ଅନୁସରଣ କରି ଶିକ୍ଷା ଦିଆଯିବ।ପ୍ରାରମ୍ଭ ରୁକେବଳ ଓଡ଼ିଆ ଓ ଗଣିତ ବିଷୟରେ ଦକ୍ଷତା ବୃଦ୍ଧି କରାଯିବ। ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ଫଳାଫଳକୁ ତ୍ବରାନ୍ବିତ କରିବା ସକାଶେ ସେୱଚ୍ଛାସେବୀ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ନିୟମିତ ଭାବରେ ମୂଲ୍ୟାଙ୍କନ କରିବେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଟିପିଗୁଡା ସରପଞ୍ଚ ଶ୍ରୀମତୀ ନିରୁପମା ନାଏକ,ଧର୍ମଗଡ ବ୍ଳକ ସଂଯୋଜକ ଜଗନ୍ନାଥଶଗଡ଼ିଆ,ନିଳେଦ୍ରୀ ବୋଡେକ, ସେୱଚ୍ଛାସେବୀ ମନେ କଳ୍ପନା ମାଝୀ, ସଞ୍ଜୟ ନାଏକ, ରଞ୍ଜିତା ନାଏକ,ଘନଶ୍ୟାମ ନାଏକ ଯୁଗେଦ୍ର ନାଏକ ତଥା ଗାଁ କମିଟି ର ସକୁନ୍ତୁଳା ନାଏକ,ବିଷୟା ନାଏକ ଓ ଟୁକୁ ପଣ୍ଡାପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟ କ୍ରମ କୁ ଅଞ୍ଚଳ ବାସି ବହୁ ତ ପ୍ରଶଂସା କରିଥିଲେ ll