-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
କୋରାପୁଟ(ପ୍ରେରଣା ଖବର) : କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି ବିପୁଳ ଗଞ୍ଜେଇ ଜବତ । ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ସହ ଗଞ୍ଜେଇ ମାଫିଆକୁ କାବୁ କରିଛି ପୋଲିସ୍ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ ।
କଡ୍ରି ଗାଁ ନିକଟରେ ଲମତାପୁଟ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲା । ସେହି ସମୟରେ ମାଛକୁଣ୍ଡ ଆଡୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଅଟକାଇଥିଲା। ଗାଡି ଯାଞ୍ଚ କରିବାରୁ ଡାଲାରୁ ୧୯ ଟି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ମିଳିଥିଲା । ଗାଡି ଡାଲାରୁ ପ୍ରାୟ ୫ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।କୁହୁଡିର ସୁଯୋଗ ନେଇ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମାଫିଆକୁ କାବୁ କରି ନେଇଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆ ବିଶାଖାପାଟଣାର କ୍ରୀସାନି ତ୍ରିନାଥକୁ ଗିରଫ କରିଛି ପୋଲିସ୍। କ୍ରୀସାନି ନିଯେ ଗଞ୍ଜେଇ ଚାଷ କରୁଥିବା ବେଳେ ନିଜ ଗାଡିରେ ବେପାର କରୁଥିଲେ ।