-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
କୋକସରା (ତ୍ରିନାଥ ବେଶ୍ରା) କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ୍ ୱେ ର ରଏନଗୁଡା ହାଇସ୍କୁଲ ଛକ ନିକଟରେ ଆଜି (ସୋମବାର) ମଧ୍ୟାହ୍ନରେ ଏକ ବାଇକକୁ ଦ୍ରୁତଗତିରେ ଆସୁଥିବା ଟାଟା ସୁମୋ (ସିଜି୦୪କେଡବ୍ଲୁ- ୧୭୬୧) ପଛପଟୁ ଧକ୍କା ଦେବା ଫଳରେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାର ୪ଜଣ ସଦସ୍ୟ ଥିବାବେଳେ ୨ ଜଣ ନାବାଳକ ଅଛନ୍ତି ।
ଗୁରୁତର ମାନେ ହେଲେ ବଡପୋଡାଗୁଡା ପଞ୍ଚାୟତ ତଲାଗାଁର ସୁଶାନ୍ତ ବାଗ, ତାଙ୍କ ସ୍ତ୍ରୀ କନେକ ବାଗ ଓ ୨ନାବାଳକ ପୁଅ ପ୍ରିନ୍ସ ବାଗ, (୫) ଓ ଝିଅ ବେବି ବାଗ (ଅଢେଇ ବର୍ଷ) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାକୁ ପଠାଇଛନ୍ତି । ସୁଚନା ମତେ, ସୁଶାନ୍ତ ବାଗ ନିଜ ପରିବାର ସହିତ ନିଜ ଗାଁ ତଲାଗାଁରୁ ବାଇକ ଯୋଗେ ଶଲା ବାହାଘରରେ ଯୋଗଦେବା ପାଇଁ ବାଟିଗୁଡା କୁ ଯାଉଥିଲେ । ବିଜୁ ଏକ୍ସପ୍ରେସ୍ ୱେ ର ରାଏନଗୁଡା ହାଇସ୍କୁଲ ଛକ ନିକଟରେ ତାଙ୍କ ବାଇକକୁ ଆମପାଣି ପଟୁ ଛତିଶଗଡକୁ ଦ୍ରୁତଗତିରେ ଯାଉଥିବା ଏକ ଟାଟା ସୁମୋ ଗାଡି ପଛପଟୁୁ ଧକ୍କା ଦେଇଥିଲା, ଫଳରେ ସେମାନେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି କୁ ଜବତ କରି ପଚରାଉଚୁରା କରୁଥିବା ଆମପାଣି ଥାନା ପୋଳିସ ପକ୍ଷରୁ ସୂଚନା ମିଲିଛି ।