-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ନୟାଗଡ(ପ୍ରେରଣା ଖବର ବ୍ୟୁରୋ) :ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ମା ସୌଦାମିନି ସାହୁ। ମାମଲାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ।
ଜାନୁଆରୀ ୧୩ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇ ଓ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଥିଲେ । ସେପଟେ ଗତ ୧୮ ତାରିଖରେ ହତ୍ୟାକରୀ, ନାବାଳିକାକୁ ହତ୍ୟା କରିଥିବା ନେଇ ନିଜ ସ୍ୱୀକାରୋକ୍ତି କରିଥିଲା। କେମିତି ‘ନାବାଳିକାକୁ’ ହତ୍ୟା କରିଥିଲା ଏଂ କେମିତି ମୃତଦେହ ଲୁଚାଇବାକୁ ଷଡ଼ଯନ୍ତ୍ର ରଚିଥିଲା ସବୁ କଥା ନିଜେ ଅଭିଯୁକ୍ତ ସତ ମାନିଥିଲା । ପରୀକୁ ତଳେ ପକାଇ କୁନି ଝିଅର ତଣ୍ଟି ଚିପି ମାରିବା ସହ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୂରାଇ ବାଡ଼ି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡ଼ି ଦେଇଥିବା କଥା ମଧ୍ୟ କହିଥିଲା ।