-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ ବାରିଗାଁ ଠାରେ ପ୍ରଥମ ଜଗଦାନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣମେଂଟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଖେଲ ପଡିଆରେ ହୋଇଥିବା ଉଦଘାଟନୀ ମ୍ୟାଚରେ କୁକିଆକୁ ହରାଇ ତେଲିପଡା ଦଳ ସେମ଼ିଫାଇନାଲରେ ପ୍ରବେଶ କରିଛି । ଉଦଘାଟନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ଖେଳପ୍ରେମୀ ନାରାୟଣ ଲୁହା, ପୁର୍ବତନ ସରପଂଚ କୈଲାସ ପୁରୋହିତ, ବୃନ୍ଦାବନ ସୁରୁଜାଲ, ପଂଚମହଲା ପିଇଓ କାର୍ତୀକେଶ୍ୱର ଶତପଥୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ମ୍ୟାଚରେ କୁକିଆ ଦଳ ବାରିଗାଁକୁ ହରାଇ ଏବଂ ଦ୍ୱିତୀୟ ମ୍ୟାଚରେ ଗରିଆପାଲିକୁ ହରାଇ ତେଲିପଡା ଦଳ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲରେ କୁକିଆ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୬ ଉଇକେଟ ହରାଇ ୮୬ ରନ କରିଥିବା ବେଲେ ତେଲିପଡା ଦଳ ୭ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଖେଳକୁ ପ୍ରୀତମ ମିଶ୍ର ଓ ଶିବରାମ ମିଶ୍ର ପରିଚାଲନା କରିଥିଲେ । ଦଶରଥ ବାଘ ସ୍କୋରର ଦାଇତ୍ୱ ତୁଲାଇଥିବା ବେଲେ ମଧୂସୁଦନ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ ।