-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରରେ ୧୬ ତମ ପାତାଳି ମହୋତ୍ସବ ପାଇଁ ଆଜି କଳଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରିଚାଲନା ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ କଳଶ ଯାତ୍ରାରେ ବିଭିନ୍ନ ଗ୍ରାମର ମହିଳା ମାନେ ସାମିଲ ହୋଇ ଏକ ଶୋଭାଯାତ୍ରାରେ ଯାଇ ଗୁପ୍ତେଶ୍ୱର ପୋଖରୀରୁ କଳଶରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ ଡୁମୁରୀର ମହିଳା ସଂର୍କୀତନ ଦଳ ସମେତ ୫୦ ଜଣ କଲାକାର ଯୋଗଦେଇଥିଲେ । ୧୨ ତାରିଖରୁ ୮ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ୫୬ ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ଧର୍ମସଭା ତଥା ବିଭିନ୍ନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ର୍ମରେ ପରିଚାଲନା ପରିଷଦର ସଂପାଦକ ଉତର ପାତ୍ର, ଟ୍ରଷ୍ଟି ସଦସ୍ୟ ପ୍ରୋଗ୍ରାମ କୋର୍ଡୀନେଟର ପୁର୍ଣ୍ଣଚନ୍ଦ୍ର ପାଢୀ, ଜାନକୀରାମ ଦେହେରୀ, ମହାଦେବ ସାହୁ, ଜଗଦୀଶ କର୍ଣ୍ଣଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।