-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
21-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ମହାଦେବପାଳି ଠାରେ ୪ଦିନ ଧରି ଜଗତଜନନୀ ମା ଦୁର୍ଗା ଦେବୀଙ୍କ ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ ହୋଇଥିଲା ଏହି ଅବସରରେ ମାଁ ଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଞ୍ଜନ ପାଇଁ ରାବଣ ଦରବାର ଅନୁଷ୍ଟିତ ହୋଇଥିଲା ସତେ ଯେପରି ମହାଦେବପାଳି ଗ୍ରାମ ଦଶାନନ ରାବଣଙ୍କ ଲଙ୍କାନଗରୀ ପାଲଟିଥିଲା। ସତ୍ୟ ଯୁଗ ଭଳି ଏହି କଳିଯୁଗରେ ମଧ୍ୟ ରାବଣର ରାଜୁତି ଏବଂ ଦରବାରରେ ଐତିହାସିକ କିମ୍ବଦନ୍ତୀ ଅନୁଯାୟୀ ରାବଣର ଅଭିନୟ ଶ୍ରଦ୍ଧାଳୁ ଭକ୍ତଙ୍କୁ ବାନ୍ଧି ରଖିଥିଲା।ରାବଣର ମୁଖ୍ୟ ସ୍ରୋତ ଥିଲା ବାଣୀ ହିଁ ନିୟମ । ଦୂର୍ମୁଦ ରାବଣର ଅତ୍ୟାଚାରରେ ଦେବକୁଲ ଅତିଷ୍ଠ ହୋଇଥିଲେ।ରାବଣର ଗର୍ବ,ଅହଙ୍କାର ଓ ଅତ୍ୟାଚାରକୁ ପ୍ରତିହତ କରିବା ପାଇଁ ପୃଥିବୀ ପୃଷ୍ଟରେ ଭଗବାନ ଶ୍ରୀ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ପିତୃ ସତ୍ୟ ପାଳନ ପାଇଁ ପ୍ରଭୁ ରାମଚନ୍ଦ୍ର ୧୪ବର୍ଷ ବନବାସ ସମୟରେ ମାତା ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଯାଇଥିଲା ରାବଣ ।ଶେଷରେ ମିତ୍ର ବାନର ସେନାଙ୍କ ସହ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ ଆଦି ଦୃଶ୍ୟ ଦେଖିବାକୁ ମିଳିଥିଲା।ସେହିପରି ଅନ୍ୟ ପକ୍ଷରେ ପ୍ରତିଦିନ ଦଶାନନ ରାବଣର ନଗର ପରିଭ୍ରମଣ,ଖୋଲା ମଞ୍ଚରେ ଅଭିନୟ,ଦରବାରରେ ଅତିଥିଙ୍କୁ ସମ୍ମାନ ଆଦି ଦୃଶ୍ୟ ଦେଖିବାକୁ ମିଳିଥିଲା।ସେହିପରି ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ମୁଗ୍ଧ କରିଥିଲା।ଏହି ପରିପ୍ରେକ୍ଷୀରେ ଦରବାରକୁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଡ଼ା ବେଣୁଧର ପାଣ୍ଡେ,ବିଜେଡି ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ,ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ନିର୍ମଳ ଷାଣ୍ଡ, ବ୍ୟବସାୟୀ ସୁରେଶ ପୂଜାରୀ,ଫାଣ୍ଡି ଅଧିକାରୀ ଆନନ୍ଦ ନାଏକ,ଲୋକ ପ୍ରତିନିଧି ଅରବିନ୍ଦ ଦେହେରି,ଆଲୋକ ନାଗ,ବିନିକା ସାମ୍ବାଦିକ ସଂଘ ସଭାପତି ସୃଜନ ପଣ୍ଡା,କାର୍ଯ୍ୟକାରୀ ସଭାପତି ଅଶୋକ ପଣ୍ଡା,ସଂପାଦକ ବ୍ରହ୍ମାନନ୍ଦ ପୂଜାହାରୀ,ମିଥୁନ ବାରିକ,ଗୋପାଳ ବାଘ,ଅଶ୍ବିନି ନେପାଳ,ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇଥିଲେ । ଅନୁଷ୍ଠାନ ସଭାପତି ସଂଗ୍ରାମ କେଶରୀ ନାୟକ,ଦୁର୍ଗା ପୁଜା କମିଟି ସଭାପତି ପବିତ୍ର ମୋହନ ନାୟକ,ସାଂସ୍କୃତିକ ସଭାପତି ଅଶ୍ବିନି କୁମାର ନାୟକ,କେ.କେ.ଆଶୀର୍ବାଦ ଶ୍ରମିକ ସଂଘ ସଭାପତି ବ୍ରହ୍ମାନନ୍ଦ ପୂଜାହାରୀ ପ୍ରମୁଖ ରାଜ ଅତିଥୀ ଭାବେ ଯୋଗ ଦେଇଥିଲେ ।ସେହିପରି ଶେଷ ଦିନରେ ଦରବାର ରେ ରାବଣର ନିମନ୍ତ୍ରଣ କ୍ରମେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା,ପୂର୍ବତନ ବିଡିସିସି ସଭାପତି ଲକ୍ଷ୍ମଣ ମେହେର ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ଶ୍ରୀନିବାସ ପୂଜାହାରୀ କରିଥିବା ବେଳେ ଅତିଥି ଅଭ୍ଯର୍ଥନା ପରିଚାଳନା ସଂଗ୍ରାମ କେଶରୀ ନାୟକ ସଂପାଦନ କରିଥିଲେ। ବିଶେଷ ଆକର୍ଷଣ ଆଲବମ ତଥା ସିରିଏଲ ଅଭିନେତ୍ରୀ ରୋମାଞ୍ଜଳି,ଜୟଶ୍ରୀ,ଟିଙ୍କିଲ ତଥା ବଉଲି କଳା ପରିଷଦ, ସାନ ବଡ଼ ଘୁଡକା ଯୋଗଦାନ, ବିରାଟକାୟ ରାବଣ ପୋଡି, ଅତ୍ୟାଧୁନିକ ଆତସବାଜି ଏବଂ ମୀନାବଜାର ଆଦି ଅନୁଷ୍ଟିତ ହୋଇଥିଲା ।ଦର୍ଶକଙ୍କ ଭିଡ଼ ଯୋଗୁଁ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥା ନେଇ ପୋଲିସ ପ୍ରଶାସନ, ଓଡ଼ିଶା ଡ୍ରାଇଭର ମହାସଂଘ ମହାଦେବପାଲି ତଥା ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ତଦାରକ କରିଥିଲେ ।