-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ବରଗଡ଼, ଲାଦେରପାଲି(ମୁକୁନ୍ଦ ଦାସ) ସୁରେଖା ବାଗ ଲକ୍ ଡାଉନ୍ ସମୟରେ ଲୋକଙ୍କୁ ମାକ୍ସ ବଣ୍ଟନ ତଥା ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନତା କରିଥିଲେ ଏହା ସହିତ ନିଜେ ଠୁଙ୍ଗା ବିକ୍ରୀ କରି ତାଙ୍କ ମହିଲା ଗୋଷ୍ଟୀ କୁ ମା ମଙ୍ଗଲା ମହିଲା ଗୋଷ୍ଟୀ କୁ ନାରୀ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଙ୍କୁ ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ତାଙ୍କ ବାସଭବନରେ ପହଞ୍ଚି ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରିଛନ୍ତି। ପୁଷ୍ପ ଓ ଉପଢୌକନ ଦେଇ ସମ୍ମାନୀତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରେ ବାବେବିରାର ଜଣେ ଜଣାଶୁଣା ସମାଜସେବୀ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଅତାବିରା ମୁଖ୍ୟ ଶ୍ରୀ ଦିବାକର ପ୍ରଧାନ ଓ ସମ୍ମନିତ ଶିଶୁ ବିକାଶ ବିଭାଗ ଅତାବିରାର ମିଶନ ଶକ୍ତି ସଂଯୋଜକ ଶ୍ରୀମତୀ ରେଣୁବାଲା ତ୍ରୀପାଠି ଓ ସ୍ଥାନୀୟ ସୁପର ଭାଇଜର ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ପହଞ୍ଚି ଏହି ପରି ସେବା ତଥା ନିଜ ଗୋଡରେ ନିଜେ ଠିଆ ହୋଇ ନାରୀ ସମାଜ କୁ ଏକ ଉଦାହରଣ ସୃଷ୍ଟି କରିଥିବା ପାଇଁ ସୁରେଖା ଙ୍କୁ ଅନୁଷ୍ଠାନ ପକ୍ଷରୁ ଉଚ୍ଚ ପ୍ରଶଂସା କରିଥିଲେ। ଏହା ସହିତ ଏହି ମହିଲା ଗୋଷ୍ଟୀ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଦିବସ ରେ ସମ୍ମାନୀତ କରାଯିବ ବୋଲି ସୂଚନା ପ୍ରଦାନ କରିତନ୍ତି।