-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ବରଗଡ଼ (ମୁକୁନ୍ଦ ଦାସ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହା ବିଦ୍ୟାଳୟ ଠାରେ ନାଭାଲ ଏନ୍ ସି ସି ୟୁନିଟ ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ନାଭାଲ ୟୁନିଟ-୪ ଓଡ଼ିଶା ଭବାନୀପାଟଣା କମାଣ୍ଡିଙ୍ଗ ଅଫିସର ଭି. ରବିଯାଡୁ ଯୋଗଦେଇ ୟୁନିଟ କୁ ଉଦ୍ ଘାଟନ କରିଥିଲେ।ଏଥିରେ ୨୫ଜଣ କ୍ୟାଡେଟସ କୁ ମନୋନୀତ କରାଯାଇ ଆଗାମୀ ଦିନରେ ଆହୁରି ମନୋନୀତ କରିବା ସହ “B” ଓ “C” ପ୍ରମାଣ ପତ୍ର ସୈନ୍ୟ ବିଭାଗ ପାଇଁ କେତେ ଜରୁରୀ ସେ ଉପରେ ବକ୍ତବ୍ୟ ରଖିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ପୁଷ୍ପଗୁଚ୍ଛ ସହ ଅଭିନନ୍ଦନ ଜଣାଇ ଏଭଳି ଏକ ପଦକ୍ଷେପ କୁ ମହା ବିଦ୍ୟାଳୟର ଗୌରବ ବୋଲି ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ରେ ଅଶୋକ କୁମାର ମହାନ୍ତି,ସରୋଜ କୁମାର ନାୟକ, ବିନୟ କୁମାର ନାୟକ,ସିଦ୍ଧେଶ୍ୱର ପ୍ରଧାନ,ମନୋରଞ୍ଜନ ତ୍ରିପାଠୀ, ଅଭିନାଶ ସାହୁ ସମେତ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଏଥିପାଇଁ ଛାତ୍ରଛାତ୍ରୀ ମହଲରେ ତଥା ଅଞ୍ଚଳରେ ଏକ ଉତ୍ସାହ ର ବାତା ବରଣ ଦେଖିବାକୁ ମିଳିଛି।