-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ନବରଙ୍ଗପୁର (ପ୍ରେରଣା ଖବର): ବିଚାରଧୀନ କଏଦୀର ମୃତ୍ୟୁ । ନବରଙ୍ଗପୁର ଉପ-କାରାଗାରରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ କୋଡିଙ୍ଗା ଥାନା ଦଶାପାଇଗୁଡ଼ା ଗାଁର ରାମ ଧର ଭତରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, କୌଣସି ଏକ ମାମଲାରେ ଗତ କିଛି ଦିନ ହେଲା ଜେଲ୍ରେ ଥିଲେ ରାମ ଧର ଭତରା । ନବରଙ୍ଗପୁର ଉପ-କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ । ଗତକାଲି ହଠାତ୍ ତାଙ୍କ ଦେହ ଖରାପ ହୋଇଯାଇଥିଲା । ଯାହାଫଳରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।