-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ପକ୍ଷରୁ ଆୟୋଜିତ ଓ ଯୋଗ ମହୋତ୍ସବ ସମିତି ଓଡ଼ିଶା ସରକାର ଙ୍କ ସହଯୋଗ ରେ ନୂଆଁ ଟାଉନ୍ ହଲ୍ ଠାରେ ମହା ସମାରୋହ ରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ l ଏହି ଅବସରରେ ବୀର ମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମା ପରେ ଜୀବନ ର ପ୍ରକୃତ ବନ୍ଧୁ ହେଉଛି ଆମ ଶରୀର ବୋଲି କହି ଖାଦ୍ୟ ପେୟ ଉପରେ ମଧ୍ୟ ଆମେ ନିୟନ୍ତ୍ରଣ ରଖିବା ଅତି ଜରୁରୀ ବୋଲି କହିଥିଲେ l ଏବଂ ଜୀବନ କୁ ସୁସ୍ଥ ଓ ସୁନ୍ଦର ରଖିବାର ଏକ ମାତ୍ର ପ୍ରକ୍ରିୟା ହିଁ "ଯୋଗ" ବୋଲି ଆଜିର ସମ୍ମାନିତ ଅତିଥି ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ମତ ରଖିଥିଲେ l ଶେଷରେ "ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ" ଉପରେ ଅତିଥି ମାନେ ଉପସ୍ଥିତ ଯୋଗୀ ମାନଙ୍କୁ ଶପଥ ପାଠ କରାଇଥିଲେ l ମହିଳା ଯୋଗ ସମିତି ର ଶତାଧିକ ସଦସ୍ୟା ଙ୍କ ସମେତ ସହର ର ବିଭିନ୍ନ୍ ଯୋଗ ଅନୁଷ୍ଠାନ , ବରିଷ୍ଠ ନାଗରିକ, ସ୍ବେଛାସେବୀ ଅନୁଷ୍ଠାନ ର ୫୦୦ ରୁ ଉର୍ଦ୍ଧ୍ବ କର୍ମ କର୍ତ୍ତା ଯୋଗ ଦେଇଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ଯ କ୍ରମ ରେ ଏ ଡି ଏମ ରାଜେନ୍ଦ୍ର ମାଝୀ ଙ୍କ ସହ ଯୋଗ ଗୁରୁ ମନୋଜ ପଣ୍ଡା ଓ ଅନେକ ଯୋଗ ପ୍ରଶିକ୍ଷକ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ଲକ୍ଷ୍ମୀ କାନ୍ତ ସାହୁ ସଭା ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି , କ୍ରୀଡ଼ା ଓ ସୁଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ l