-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ପଞ୍ଚାୟତ ସମିତି ପରିସରରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ ହୋଇଯାଇଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଗଲପୁର ବିଧାୟକ ଙ୍କ ପ୍ରତିନିଧି ପୀତାମ୍ବର କଣ୍ଟା, ଡୁଡକା ସରପଞ୍ଚ ଅଶୋକ ପଟେଲ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ର ପ୍ରସାଦ ସୁନା , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବରାଜ ତାଣ୍ଡି, ବିଭାଗୀୟ ଅଧିକାରୀ ଶ୍ରୀ ଦୁଷ୍ମନ୍ତ ଧରୁଆ ଅତିଥି ଭାବରେ ଯୋଗଦାନ କରିଥିଲେ। ଏଥିରେ ବ୍ଲକର କର୍ମଚାରୀ ଓ ଆଗଲପୁର ଜନ ସାଧାରଣ ଯୋଗ ଦେଇ ପ୍ରୋଟୋକଲ ରେ ପ୍ରଣୀତ ଯୋଗ ର ଅଭ୍ୟାସ କରିଥିଲେ।ସୁସ୍ଥ ଶରୀର, ବିକାର ରହିତ ମନ, ଆତ୍ମିକ ଉନ୍ନତି ଏବଂ ଆଧ୍ୟତ୍ମିକ ଉନ୍ନତି ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। କାର୍ଯ୍ୟକ୍ରମ ଟି କୁ ଜିଲ୍ଲା ଯୁବ ପ୍ରଭାରୀ ତଥା ବରିଷ୍ଠ ରାଜସ୍ୱ ଅଧିକାରୀ ଜ୍ୟୋତି ପ୍ରକାଶ ସାହୁ ପରିଚାଳନା କରିବା ସହ ଯୋଗ ଅଭ୍ୟାସ କରାଇଥିଲେ। ଅରବିନ୍ଦ ପାଣ୍ଡେ, ଦେବାଶିଷ ନନ୍ଦ, ଶୁକ ନାୟକ ପ୍ରମୁଖ ସହଯୋଗ କରିଥିଲେ l