-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
କଳାହାଣ୍ଡି(ସଂଜୀବ କୁମାର ଦାସ) : ବାରାହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବ ଶ୍ରମିକଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଦରଲିପଡା ନିକଟରେ ଘଟିଛି ଏଭଳି ଅଘଟଣ । ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଦରଲିପଡା ନିକଟରେ ବାରାହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର । ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ମୃତ ଶ୍ରମିକ ଗଜାନନ କଣ୍ଟା । ଗଜାନନ ଇଟା ଗଢିବାକୁ ଯାଉଥିବା ବେଳେ ୧୧ କେଭି ଲାଇନ୍ରୁ ଟଣା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କଲମପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଗତ ସପ୍ତାହରେ ଜୟପାଟଣା ଥାନା ସବିଗୁଡା ଜଙ୍ଗଲକୁ ଶୀକାର କରିବା ପାଇଁ ଯାଇଥିବା ବେଳେ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ଶୀକାରଙ୍କ ମୃତ୍ୟୁ ହୋଇଥିଲା ।