-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ବଲାଙ୍ଗିର(ପ୍ରେରଣା ଖବର): ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତର ପୁରୁଣାପାଣି ଠାରେ ଆଂଚଳିକ ଶିତଳଷଷ୍ଠୀ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ଜଳନ୍ଧର ଦରବାର ଉଦ୍ଯାପିତ ହୋଇଯାଇଅଛି । ଉଦ୍ଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଲୋକଙ୍କ ଉଦ୍ଦେଶ୍ୟରେ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ସେ କହିଥିôଲେ ଲୋକେ ସବୁବେଳେ ଶାନ୍ତି, ମୈତ୍ରୀ ଓ ପ୍ରଗତି ଚାହିଁଥାନ୍ତି । ଏହି ଉତ୍ସବ ମଧ୍ୟ ଏହି ବାର୍ତ୍ତାକୁ ଆହୁରି ପ୍ରସାର କରିବ । ଆମ ଭିତରେ ଦଳମତ ଧର୍ମ ନିର୍ବିଶେଷରେ ଏକତା ଭାବ ଉତ୍ପନ୍ନ କରିବ । ତାହା ହେଲେ ହିଁ ଏ ଅଂଚଳର ସର୍ବାଙ୍ଗିନ ବିକାଶ ହୋଇପାରିବ । ଆଉ ଯଦି କୋଣସି ଆଶୁରିକ ଶକ୍ତି ଏ ଅଂଚଳର ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରେ ତେବେ ଲୋକେ ନିଶ୍ଚିତ ଭାବରେ କ୍ରାନ୍ତିର ବାଟ ଆପଣେଇବେ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଆଜିର ଜଳନ୍ଧର ଦରବାର ର ଉଦ୍ଯାପନି ଦିନରେ ଶ୍ରୀ ମିଶ୍ର ଡବଲ ଇଞ୍ଜିନ ସରକାରର ଲୋକଙ୍କ ପ୍ରତି କରୁଥିବା ଅବହେଳା ଉପରେ ଅବଗତ କରିଥିଲେ । ତା ସହିତ ଅଂଚଳରେ ସେ ବିଧାୟକ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ହୋଇଥିବା ବିକାଶ ଉପରେ ଲୋକଙ୍କୁ ସୂଚନା ଦେଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଭୀମ ଡୁଙ୍ଗୁରିର ଅନେକ ଉନ୍ନତି କରାଯାଇଥିଲା କିନ୍ତୁ ବର୍ତ୍ତମାନ ଦୁଇ ବର୍ଷ ହେଲା ଏହି ପର୍ଯ୍ୟଟନ ସ୍ଥଳି କାହିଁକି ଖାଁ ଖାଁ ଲାଗୁଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଠିକ୍ ସେହିପରି
ସ୍କୁଲ ଗୁଡିକରେ ଶିକ୍ଷକ ନ ଥିବା, ଅଧିକ ଛାତ୍ର ଥିବା ସ୍କୁଲ ଗୁଡିକରେ କମ ଶ୍ରେଣୀ ଗୃହ ଥିବା ଅଭିଯୋଗ ଆସୁଥିବାରୁ ଏ ଦିଗରେ ସେ ଶିକ୍ଷା ବିଭାଗ ସହ ନିଶ୍ଚିତ ଭାବରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନର ଯୁଗରେ ବିଭିନ୍ନ ପ୍ରକାର ଶିକ୍ଷା ଅନ୍ ଲାଇନ ମାଧ୍ୟମରେ ପଢାଯାଉଛି କିନ୍ତୁ ଏହି ଅଂଚଳରେ ଟେଲିଫୋନ ନେଟୱାର୍କ ପ୍ରାୟତଃ ନାଇଁ କହିଲେ ଚଳେ ତେଣୁ ଏ ଦିିଗରେ କିଛି ପଦକ୍ଷେପ ଶିଘ୍ର ନିଅନ୍ତୁ ବୋଲି ସାଧାରଣ ଜନତା ଶ୍ରୀ ମିଶ୍ରଙ୍କ ଆଗରେ ଦାବି ଜଣାଇଥିଲେ । ବ୍ଲକ ହେଉ କି ପୌର ପରିଷଦ ହେଉ ବଲାଙ୍ଗିର ରେ ଦୁର୍ନିତି ଚରମସୀମାରେ ପହଂଚିଛି । ଏ ସବୁକୁ ମୂଳତ୍ପାଟନ ନ କଲେ ଲୋକଙ୍କ ବିକାଶ ଠପ୍ ହୋଇଯିବ ବୋଲି ଶ୍ରୀ ମିଶ୍ର ଲୋକଙ୍କୁ ସଚେତନ କରିବା ସହ ଆଗାମୀ ଦିନରେ ଦୁର୍ନିତିଖୋରମାନଙ୍କୁ ଲୋକେ ଉଚିତ ଜବାବ ଦିଅନ୍ତୁ ବୋଲି ଲୋକଙ୍କୁ ଆହ୍ୱାନ କରିଥିଲେ । ଆଜିର ଏହି ଉଦ୍ଯାପନି ଦିବସରେ ଆଂଚଳିତ ଶିତଳଷଷ୍ଠୀ ମହୋତ୍ସବ କମିଟିର ସଂପାଦକ ମୟ ପ୍ରଧାନୀ ମଂଚ ପରିଚାଳନା କରିଥିବା ବେଳେ ଯୁବ ନେତା ଅସୀତ ମିଶ୍ର, ଅବସରପ୍ରାପ୍ତ ସେନା କର୍ମଚାରୀ ଚମାର ସିଂ ଭୋଇ, ସମାଜସେବୀ ବ୍ରଜ ନାଏକ, ବିଶ୍ୱଜିତ ପାତ୍ର, ରାଜିନ୍ଦ୍ର ନାଏକ, ମନବୋଧ ହରପାଲ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୁନ୍ଦର ଗୌର ହରି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସିନ ଥିଲେ । ସଭା ଶେଷରେ ଅନୁଷ୍ଠାନର ସଭାପତି ଚକ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।