-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
09-Jun-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହର ମଧ୍ୟଦେଇ ଯାଇଥିବା ଜାତୀୟରାଜପଥ-୨୬ରେ ଗାନ୍ଧୀନଗରପଡାଠାରେ ଏକ ଟ୍ରକତଳେ ଚାପିହୋଇ ତାଲପାଲିପଡାର ଦୁଇମାଆଝିଅ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଦୁଇଜଣ ହେଲେ ତାଲପାଲିପଡାର ଧରମ ନାଗ(ଟୁନା)ଙ୍କ ପତ୍ନୀ ସୁନୀତା ନାଗ ଓ ଝିଅ ଶୃତୀ ନାଗ ବୋଲି ଜଣାପଡିଛି । ସୁନୀତା ଏକ ଘରୋଇ ନର୍ସିଂହୋମରେ କାମ କରନ୍ତି । ତାଙ୍କୁ ଭୋର ସକାଳ ୬.୩୦ ମିନିଟରେ ତାଙ୍କ ଝିଅ ଶୃତୀ ଏକ ସ୍କୁଟିରେ ବସାଇ ନର୍ସିଂ ହୋମକୁ ନେଇଛାଡୁଥିଲେ । ରାସ୍ତାରେ ଜାତୀୟ ରାଜପଥ-୨୬ ରେ ଗାନ୍ଧୀନଗରଛକରେ ରାସ୍ତାରେ ପଡିଥିବା କାଦୁଅରେ ସ୍କୁଟି ସ୍ଲିପ ହୋଇଯାଇଥିଲା । ଫଳରେ ଦୁଇମାଆଝିଅ ପଡିଯାଇ ଥିଲେ ଓ ପଛପଟୁ ସହର ପଟୁ ଲୋଇସିଂହା ପଟକୁ ଯାଉଥିବା ଏକ ଟ୍ରକତାଙ୍କ ଉପରେ ମାଡିଯାଇ ଚାପିଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟ ମାଆ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ପରେ ପୋଲିସ ପହଞ୍ଚି ଶବକୁ ଜବତ କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇ ଶବବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରିଥିଲା । ଦୁର୍ଘଟଣାରେ ପତ୍ନୀ ଓ୧ ଝିଅକୁ ହରାଇ ଧରମ(ଟୁନା) ଆସହାୟ ହୋଇପଡିଛି । ରୋଜଗାରକ୍ଷମ ପତ୍ନୀ ଓ ଝିଅକୁ ହରାଇଲା ପରେ ଟୁନା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।
ତେବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ସହରରେ ୧୧ଟି ବନ୍ଧର ପୁନଃରୁଦ୍ଧାର କରା ଯାଉଥିବା ବେଳେ ଯେଉଁରାସ୍ତାଦେଇ ମାଟିବୋଝେଇ ଟ୍ରାକ୍ଟର ଓ ହାଇୱାଯାଉଛି ସେହି ରାସ୍ତାରେ ମାଟିପଡୁଛି । ମାଟିପଡି ଧୂଳି ଉଡୁଛି ଓ ବର୍ଷାରେ ସେହି ରାସ୍ତା କାଦୁଅ ହୋଇଯାଇ ଗାଡିଗୁଡିକ ସ୍ଲିପ ହେଉଛି । ସେଭଳି ମାଟି କାଦୁଅରେ ଏମାନଙ୍କ ସ୍କୁଟି ସ୍ଲିପ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଂଗ୍ରେସଦଳ ଅଭିଯୋଗ କରୁଛି । ଟାଉନଥାନା ଆଇଆଇସି ଅବନୀ ସାହୁ ଏକ ଦୁର୍ଘଟଣା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା କହିଛନ୍ତି । ତେବେ ଦିର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ପରେ ଫେରାର ରହିଛି । ତାକୁ ପୋଲିସ ଖୋଜୁଛି ।
ପ୍ରକାଶ ଯେ,ଗତ ଦୁଇଦିନ ଭିତରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଜଣଙ୍କର ଜୀବନ ଗଲାଣି । ସୋମବାର ଦିନ ଲୋଇସିଂହା ଥାନା ଅଞ୍ଚଳରେ ବୁର୍ଡା-ଅର୍ଜୁନପୁର ରାସ୍ତାରେ ଲୁହୁରାପାଲି ଛକରେ ଏକ ଟ୍ରକଧକ୍କାରେ ଭାଲୁପାଲି ଗ୍ରାମର ସାନୁର୍ଜ ନନ୍ଦ ନାମକି ଜଣେ ଯୁବକ ମୃତ୍ୟୁବରଣ କରିଥିଲେ । ସେ ଲୋଇସିଂହାରୁ କାମ ସାରି ନିଜ ଗାଁକୁ ମୋଟରସାଇକେଲ ରେ ଫେରୁଥିବା ବେଳେ ଲୁହୁରାପାଲି ଛକରେ ଅପରପଟୁ ଆସୁଥିବା ଏକ ମିନିଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ସାନୁର୍ଜଙ୍କର ମୃତ୍ୟୁ ହୋଇଯାଇଥିଲା । ଠିକ ସେହିପରି ପଦ୍ମପୁର-ଲୋଇସିଂହା ରାସ୍ତାର ପତ୍ରାପାଲି ଗଡାଣୀରେ ଏକ ଟ୍ରକଧକ୍କାରେ ଆଗଲପୁର ଝରଣୀପାଲି ପଞ୍ଚାୟତର ଆଡେନଡୁଙ୍ଗୁରୀଗ୍ରାମର ନାରାୟଣ ସାହୁଙ୍କର ମୃତ୍ୟୁ ହୋଇ ଯାଇଥିଲା । ଠିକ ସେହିପରି ଜାତୀୟରାଜପଥ-୫୭ର ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ସୋମବାର ସଂଧ୍ୟା ପ୍ରାୟ ୫.୩୦ରେ ଟ୍ରାକ୍ଟର ଧକ୍କାରେ ବାଲିଜୁରୀ ଗାଁର ପଦ୍ମନ ଜାଲ(୨୫)ଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି । ପୁଇଁତଳାଥାନାରେ ଏନେଇ ଏକ ମାମଲା ରଜୁ କରାଯାଇ ତଦନ୍ତ ଚାଲିଛି ।