-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଆଦର୍ଶ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ: ନୀଳଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ନୂଆ ଅଧ୍ୟାୟ, ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ

05-Jun-2026



ସିନାପାଲି,(ଚିନ୍ତାମଣି ନେତାମ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ଗୁରୁବାର ଦିନ ଏକ ଐତିହାସିକ ଓ ଚିର ସ୍ମରଣୀୟ ଘଟଣା ଘଟିଛି। ରାଜ୍ୟର ଜଣେ ସୁନାମଧନ୍ୟ ଶିକ୍ଷାବିତ୍, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ଲଳିତ କୁମାର ସୁନାରୀ ପଦୋନ୍ନତି ପାଇ ଏହି ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ କେବଳ ବିଦ୍ୟାଳୟ ପାଇଁ ନୁହେଁ, ବରଂ ସମଗ୍ର ଅଞ୍ଚଳର ଶିକ୍ଷା କ୍ଷେତ୍ର ପାଇଁ ଏକ ନୂତନ ଆଶା ଓ ସମ୍ଭାବନାର ଦ୍ୱାର ଖୋଲିଛି।
ଶ୍ରୀ ସୁନାରୀ ତାଙ୍କ ଦୀର୍ଘ ଶିକ୍ଷକତା ଜୀବନରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ, ସଫଳ ପ୍ରଶିକ୍ଷକ, ଦକ୍ଷ ସଂଗଠକ, ପ୍ରେରଣାଦାୟୀ ବକ୍ତା, କବି ଓ ଲେଖକ ଭାବେ ସେ ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟ ସ୍ତରୀୟ ସାଧନ କର୍ମୀ ଭାବରେ ସେ ଅନେକ ଶିକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ କରି ଶିକ୍ଷାର ଗୁଣାତ୍ମକ ବିକାଶରେ ଅବଦାନ ରଖିଛନ୍ତି। ସେ ନାଭାଲ ଏନ୍‌ସିସିର ଫାଷ୍ଟ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହାସହ  ‘ଉତ୍କର୍ଷ’ ଓ ‘ସାମର୍ଥ୍ୟ’ ପରି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ ଭାବେ ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଶିକ୍ଷାର ମାନ ବୃଦ୍ଧି ପାଇଁ ନିଜକୁ ସମର୍ପିତ କରିଆସିଛନ୍ତି।
ଏପରି ଜଣେ ଅଭିଜ୍ଞ, ଦୂରଦର୍ଶୀ ଓ କର୍ମଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବରେ ପାଇଥିବାରୁ ନୀଳଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି, ଓ ସମସ୍ତେ ଗୌରବାନ୍ୱିତ ହୋଇଛନ୍ତି । ନୀଳଜି, ଖରସେଲ, ଗୋର୍ଲା, ଟିମନପୁର, ରାଣୀମୁଣ୍ଡା, କଇଟପଦର, ଖଇରପଦର ସମେତ ଆଖପାଖ ଗ୍ରାମପଞ୍ଚାୟତର ଲୋକମାନେ ଏହି ଖବର ଶୁଣି ଆନନ୍ଦିତ ହୋଇଥିବା ବେଳେ ବିଦ୍ୟାଳୟର ଭବିଷ୍ୟତ ଉନ୍ନତି ପ୍ରତି ନୂତନ ଆଶା ବାନ୍ଧିଛନ୍ତି।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀରଙ୍କ ସଂଯୋଜନାରେ ଏକ  ଅନୌପଚାରିକ ଭବ୍ୟ ସ୍ୱାଗତ ସଭା ଆୟୋଜିତ ହୋଇଥିଲା। ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେଶ କୁମାର ତିୱାରୀ, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, ସିନାପାଲି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମସିଂ ହେର୍ଣ୍ଣା, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଷଡାନନ ସୁନାନୀ, ସମାଜସେବୀ ଶ୍ରୀଯୁକ୍ତ ଫରସ ରାମ ସା, ନୀଳଜି ସିଆରସିସି ଶ୍ରୀଯୁକ୍ତ ବାଲାଜୀ ହରିଜନ, ବୈଗାପଡା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ସା, ପୂର୍ବତନ ସିଆରସିସି ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର, ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପିତାମ୍ବର ଟୋଲଟିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ।
ସଭାରେ ଉପସ୍ଥିତ ବକ୍ତାମାନେ ନୂତନ ପ୍ରଧାନ ଶିକ୍ଷକଙ୍କୁ  ଭାବା ବେଗ ଭରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କ ଅତୀତ କାର୍ଯ୍ୟକଳାପ ଓ ସଫଳତା ଉପରେ ଆଲୋକପାତ କରି କହିଥିଲେ ଯେ, ସିନାପାଲି ମାଟି ର ବରପୁତ୍ର ଶ୍ରୀ ଲଳିତ କୁମାର ସୁନାରୀଙ୍କ ଭଳି ଜଣେ ଦକ୍ଷ ଶିକ୍ଷା ପ୍ରଶାସକଙ୍କ ନେତୃତ୍ୱରେ ନୀଳଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଶ୍ଚିତ ଭାବରେ ଜିଲ୍ଲାର ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଉଭା ହେବ। ତାଙ୍କ ଶିକ୍ଷା ପ୍ରତି ସମର୍ପଣ, ଶୃଙ୍ଖଳା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ଦୂରଦର୍ଶୀ ଚିନ୍ତାଧାରା ବିଦ୍ୟାଳୟର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି  ମତପ୍ରକାଶ କରିଥିଲେ।
ଅଞ୍ଚଳର ବୁଦ୍ଧିଜୀବୀମାନେ କହିଥିଲେ ଯେ, ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରିବା, ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟର ଶିକ୍ଷାଗତ ପରିବେଶକୁ ଆହୁରି ସରସ ସୁନ୍ଦର ଓ ମନୋଜ୍ଞ  କରିବାରେ ଶ୍ରୀ ସୁନାରୀଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଅତିଥିଗଣ ଏହା ମଧ୍ୟ କହିଥିଲେ ଯେ, ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ସମନ୍ୱିତ ସହଯୋଗ ରହିଲେ ଏହି ବିଦ୍ୟାଳୟ ଭବିଷ୍ୟତରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ହେବ।
ନିଜ ଅଭିଭାଷଣରେ ଶ୍ରୀ ଲଳିତ କୁମାର ସୁନାରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ, ଗୁଣାତ୍ମକ ଶିକ୍ଷାଦାନ, ଶୃଙ୍ଖଳିତ ପରିବେଶ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ହେବ ତାଙ୍କର ପ୍ରାଥମିକ ଲକ୍ଷ୍ୟ। ସମସ୍ତଙ୍କ ସହଯୋଗ ଓ ଆନ୍ତରିକ ପ୍ରୟାସ ରହିଲେ ନୀଳଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ନୈତିକ ମୂଲ୍ୟବୋଧର କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ସେ ସଦା ପ୍ରୟାସରତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଅଭିଭାବକ ଓ ଅଞ୍ଚଳବାସୀ ନୂତନ ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ନେତୃତ୍ୱରେ ନୀଳଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ପ୍ରତିଜ୍ଞା ବଦ୍ଧ ହୋଇ ଥିଲେ। ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ସମଗ୍ର ଅଞ୍ଚଳରେ ଶିକ୍ଷାର ଆଲୋକକୁ ଆହୁରି ପ୍ରଜ୍ୱଳିତ କରିବ ବୋଲି ସମସ୍ତେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ।ସଭା ଶେଷରେ ସହ କାରି ଶିକ୍ଷକଶ୍ରୀଯୁକ୍ତ ପିତାମ୍ବର ଟୋଳଟିଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ବିଦ୍ୟାଳୟ ର ଶିକ୍ଷକ ବୃନ୍ଦ ଓ ଅଣ ଶିକ୍ଷା କର୍ମଚାରୀ ଗଣ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like