-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ

01-Jun-2026



କଟକ(ତପନ ମହାନ୍ତି ସାମ୍ବାଦିକ)  ୧ ଜୁନ ୨୦୨୬, କଟକ:  ଜିଲ୍ଲାର ଅରିଲୋ ସ୍ଥିତ ଓମଫେଡ଼ ଡାଏରୀ ଠାରେ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ବିଶ୍ଵ ଦୁଗ୍ଧ ଦିବସ (World Milk Day) କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଉପସ୍ଥିତ ଗୋପାଳକ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାର ଲକ୍ଷ୍ୟ ରଖି ରାଜ୍ୟ ସରକାର ନୂତନ ଭାବେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହି ଯୁଗାନ୍ତକାରୀ ଯୋଜନାରେ ଗାଈ ଓ ମଇଁଷି ପାଳନ ପାଇଁ ୭୦ ପ୍ରତିଶତ ପର୍ଯ୍ଯନ୍ତ ରିହାତି ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବିଗତ ଦୁଇ ବର୍ଷରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଗୋପାଳକ ୩୨୬ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି । ଏହି କାମଧେନୁ ଯୋଜନା ଅଧିନରେ ମଇଁଷି-ଉଦ୍ଯୋଗ-ବିକାଶ-ଯୋଜନା, ଗୋପାଳନ ଯୋଜନା, ମାଈ ବାଛୁରୀ ପାଳନ ଯୋଜନା, ଗୋସମ୍ପଦ-ବୀମା-ଯୋଜନା, ଗୋପାଳକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ, ଘାସଚାଷ ପାଇଁ ପ୍ରୋତ୍ସାହନ ପରି ଅନେକ  ଉପାଦାନ ଅନ୍ତର୍ଭୁକ୍ତ।
ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ୪ ଲକ୍ଷ ୧୬ ହଜାରରୁ ଅଧିକ ଗୋପାଳକ ଉପକୃତ ହୋଇଛନ୍ତି। ୩୨୬ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବାହାରୁ ୨୪ ହଜାରରୁ ଅଧିକ ଉଚ୍ଚ ଉତ୍ପାଦନକ୍ଷମ ଗାଈ ଅଣାଯାଇଛି, ଯାହା ଫଳରେ ପ୍ରତିଦିନ ପ୍ରାୟ ୨ ଲକ୍ଷ ୨୪ ହଜାର ଲିଟର ଅତିରିକ୍ତ ଦୁଗ୍ଧ ଉତ୍ପାଦନ ସମ୍ଭବ ହୋଇପାରିଛି।ଗାଈଗୋରୁଙ୍କ ସୁରକ୍ଷା ସହ ପରିଚାଳନା ଓ ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି-ଲକ୍ଷ୍ଯରେ ନୂତନଭାବେ ଆମ ସରକାର  ‘ଗୋମାତା’ ଯୋଜନା ପ୍ରଣୟନ କରିଛନ୍ତି। ୩୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ଏହି ଯୋଜନାରେ ଗୋରୁଗାଈଙ୍କ ଟିକାକରଣ, ରୋଗ ନିୟନ୍ତ୍ରଣ ଓ ଚିକିତ୍ସା ସେବା ଉପରେ ଧ୍ୟାନ ଦିଆଯାଉଛି।
ପ୍ରାଣିକଲ୍ୟାଣ ପ୍ରତି ରାଜ୍ୟ ସରକାର ସର୍ବଦା ସମ୍ବେଦନଶୀଳ। ସହାନୁଭୂତି, ସଂବେଦନଶୀଳତା ଓ ପର୍ଯ୍ଯାବରଣସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ଯରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ-ଅଟକଳରେ ‘ମୁଖ୍ଯମନ୍ତ୍ରୀ ପ୍ରାଣିକଲ୍ଯାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ଯ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି। ଏହି ଅର୍ଥ ରାଜ୍ଯର ପ୍ରାୟ ୨୨ ହଜାର  ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ।‘ମୁଖ୍ଯମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା’ ମାଧ୍ୟମରେ ଗୋ-ଉଦ୍ଯୋଗ ପ୍ରତିଷ୍ଠା ପାଇଁ  ସ୍ଥାୟୀ-ପୁଞ୍ଜି-ନିବେଶର ୪୦ ରୁ ୫୦ ପ୍ରତିଶତ ଏବଂ ସର୍ବାଧିକ ଏକ କୋଟି ପର୍ଯ୍ଯନ୍ତ ରିହାତି ପ୍ରଦାନ କରାଯାଉଛି। ଏହା ସହ ରାଜ୍ଯ ବାହାରୁ ଗାଈ ଆଣି ଉଦ୍ଯୋଗ ପ୍ରତିଷ୍ଠା କଲେ; ପ୍ରତି ଗାଈର ମୂଲ୍ଯ ବାବଦକୁ ଅଧିକ ୧୫ ପ୍ରତିଶତ ରିହାତି ଦେବାର ବ୍ଯବସ୍ଥା ମଧ୍ୟ ରହିଛି।ଓମଫେଡ଼ର ଦୈନିକ ଦୁଗ୍ଧ ସଂଗ୍ରହ ଆର୍ଥିକ ବର୍ଷ ୨୦୨୫-୨୬ ରେ ଦୈନିକ ପ୍ରାୟ ୬% ହାରରେ ବୃଦ୍ଧି ପାଇଛି। ବର୍ତ୍ତମାନ ୪୪୫୫ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ପ୍ରାୟ ଦୈନିକ ୬ ଲକ୍ଷ ୭୦ ହଜାର ଲିଟର ଦୁଗ୍ଧ ଗୋପାଳକ ମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। 
ବିଭିନ୍ନ ଦୁଗ୍ଧ ସଂଘ ମାନେ କିପରି ଅଧିକରୁ ଅଧିକ ସମବାୟ ସମିତି ଗଠନ କରି ଅଧିକ ଦୁଗ୍ଧ ସଂଗ୍ରହ କରି ଲାଭବାନ ହେବେ ସେଥି ପ୍ରତି ଗୁରୁତ୍ବାରୋପ କରାଯାଇଛି। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମାର୍କେଟିଂ ୪% ହାରରେ ବୃଦ୍ଧି ପାଇଛି। ସେହିପରି ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ମାର୍କେଟିଙ୍ଗ ବୃଦ୍ଧି କରାଯିବା ସହ ବଜାରରେ ନୂତନ ମିଲ୍କ ପ୍ରଡକ୍ଟ ଯଥା ବାଲଟି ଦହି, UHT ଲସି ,UHT ବଟର ମିଲ୍କ , UHT ଚକୋଲଟେ ସେକ୍, A2 Milk, A2 ଘିଅ  ଆଦି ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଅଛି। 
ଆଗାମୀ ଦିନରେ ନୂତନ ପ୍ରକଳ୍ପ ଯଥା ସୋଲାର ପ୍ଳାଣ୍ଟ, ମିଲ୍କ ପାଉଡର ପ୍ଳାଣ୍ଟ ଆଦି ସ୍ଥାପନ କରାଯିବାକୁ ପ୍ରସ୍ତାବ ଅଛି। ଆଗାମୀ ଦିନରେ ଓମଫେଡ଼ ଗୋଖାଦ୍ୟକୁ ଅଧିକରୁ ଅଧିକ ଚାଷୀ ମାନଙ୍କ ପାଖକୁ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ। ଏଥି ସହ ସବୁ ସ୍ତରରେ କିପରି ସ୍ବଚ୍ଛତା ଅବଲମ୍ବନ କରାଯିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। 
ଏହି କାର୍ଯକ୍ରମରେ କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବ , ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଓମଫେଡ଼ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ପ୍ରେମ କୁମାର ଚୌଧୁରୀ,  ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମଞ୍ଚରେ ଉପସ୍ଥିତ ଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୋପାଳକ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଦୁଗ୍ଧ ଚାଷୀ ଙ୍କୁ କାର୍ଯ୍ୟାନ୍ଵୟନ ବଣ୍ଟନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like