-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ନୂଆଦିଲ୍ଲୀ (ପ୍ରେରଣା ଖବର ବ୍ୟୁରୋ): କୃଷକ ଆନ୍ଦୋଳନକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ଥରରେ ସ୍ୱର ଉଠିବା ପରେ ଭାରତୀୟ ସେଲିବ୍ରିଟି ମଧ୍ୟ ତଥାକଥିତ ଭାବେ ଟ୍ୱିଟର ଜବାବ ରଖିଥିଲେ। କୃଷକ ଆନ୍ଦୋଳନ ସମର୍ଥନରେ ପପ ଷ୍ଟାର ସିଙ୍ଗର ରିହାନାଙ୍କ ଟ୍ୱିଟ ପରେ ବିଭିନ୍ନ ବଲିଉଡ ଓ ଖେଳ ଜଗତର ସେଲିବ୍ରିଟି ଟ୍ୱିଟ କରିଥିବା ମାମଲାରେ ଉଦ୍ଧବ ସରକାର ବଡ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ସରକାର ଏହି ସେଲିବ୍ରିଟିଙ୍କ ଟ୍ୱିଟକୁ ନେଇ ଯାଞ୍ଚ ଆଦେଶ ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ଦ୍ୱାରା ପ୍ରତିକ୍ରିୟା ଆସିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ଲତା ମଙ୍ଗେସକର, ସଚିନ ତେନ୍ଦୁଲକର, ବିରାଟ କୋହଲି, ସୁନୀଲ ସେଟ୍ଟୀ ସମେତ ଅନେକ ସେଲିବ୍ରିଟି ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟରେ ସେମାନେ ଇଣ୍ଡିଆ ଟୁଗେଦର ଓ ଇଣ୍ଡିଆ ଏଗେନ୍ଷ୍ଟ ପ୍ରୋପାଗଣ୍ଡା ହ୍ୟାସଟ୍ୟାଗ ଦେଇଥିଲେ।
ମହାରାଷ୍ଟ୍ର ସରକାର ଏହି ଟ୍ୱିଟ ବିରୋଧରେ ଇଣ୍ଟଲିଜେନ୍ସ ବିଭାଗକୁ ଯାଞ୍ଚ ଆଦେଶ ଦେଇଛନ୍ତି। ଏହି ସେଲିବ୍ରିଟି କାହା ଚାପରେ ଆସି ଟ୍ୱିଟ କରିଥିଲେ ନା ନିଜ ଇଚ୍ଛାରେ ଟ୍ୱିଟ କରିଥିଲେ ତାହା ଯାଞ୍ଚ ହେବ। କଂଗ୍ରେସ ଏହି ଟ୍ୱିଟ୍ସକୁ ନେଇ ଆରୋପ ଲଗାଇଥିଲା ଯେ ଅଧିକାଂଶ ଟ୍ୱିଟର ପାଟର୍ନ ସମାନ। ଏହା ପୂର୍ବରୁ ରାଜ ଠାକରେ ମଧ୍ୟ ଏହି ଟ୍ୱିଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ।
କଂଗ୍ରେସର ଅଭିଯୋଗ ପରେ ମହାରାଷ୍ଟ୍ର ସରକାର ଯାଞ୍ଚ ଆଦେଶ ଦେଇଛନ୍ତି। କଂଗ୍ରେସ ପ୍ରତିନିଧି ମଣ୍ଡଳ ଆଜି ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହ ଅନଲାଇନ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ।
ରିହାନାଙ୍କ ଟ୍ୱିଟ ପରେ ସଚିନ ତେନ୍ଦୁଲକର, ଲତା ମଙ୍ଗେସକର, ବିରାଟ କୋହଲି ସମେତ ତମାମ ବଡ ବଡ କଳାକାର ଟ୍ୱିଟ କରିଥିଲେ, ସେମାନଙ୍କ ଅନେକ ଶବ୍ଦ ସମାନ ଥିଲା…ଯେପରିକି Amicable
ସୁନୀଲ ସେଟ୍ଟୀ ନିଜ ଟ୍ୱିଟରେ ମୁମ୍ବାଇ ବିଜେପି ନେତା ହିତେଶ ଜୈନଙ୍କୁ ଟ୍ୟାଗ କରିଥିଲେ
ସାଇନା ନେହୱାଲ ଓ ଅକ୍ଷୟ କୁମାରଙ୍କ ଟ୍ୱିଟ ପୁରା ସମାନ ଥିଲା
ସବୁ ଟ୍ୱିଟର ସମୟ ଓ ପାଟର୍ନ ଦେଖି ଜଣାପଡୁଥିଲା ବିଜେପି ସରକାରଙ୍କ ଚାପରେ ଏମାନେ ଟ୍ୱିଟ କରିଥାଇ ପାରନ୍ତି