-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ବଲାଙ୍ଗିର(ପ୍ରେରଣା ଖବର) : ବଲାଙ୍ଗିରରେ ମାତିଲେ ଗଞ୍ଜେଇ ମାଫିଆ । ଖପ୍ରାଖୋଲ ବ୍ଳକର ମାଲପଡା ଗାଁ ନିକଟରେ ଥିବା ଏକ ପାଳଗଦା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପ୍ରାୟ 4କୁଇଣ୍ଟାଲ 68 କେଜିର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଗଞ୍ଜେଇକୁ ପଡୋଶୀ ରାଜ୍ୟ ଛତିଶଗଡକୁ ଚାଲାଣ ପାଇଁ ଲୁଚାଇ ରଖାଯାଇଥିଲା ।
ତେବେ ବଲାଙ୍ଗିର ଜିଲ୍ଲାପାଳ ଓ ଅବକାରୀ ଏସପିଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ବିନ୍ଦରମ ଅଞ୍ଚଳର ଅରୁଣ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏହାର ଆନୁମାନିକ ମୂଲ୍ୟ 28ଲକ୍ଷ ବୋଲି ଜଣାପଡିଛି ।