-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
29-May-2026
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ଏକ ଦୁଃଖଦ ଦୁର୍ଘଟଣାରେ ପୁରୁଣା ରାଜବାଟୀ ନିବାସୀ ତେଜବହାଦୂର୍ ସିଂହ ଦେଓଙ୍କ ଅକାଳ ବିୟୋଗ ହୋଇଛି। ସୂଚନା ଅନୁସାରେ ତେଜ ବାହାଦୂର ସିଂଦେଓ ନିଜ ପାଟଣାଗଡ ଲୁହସିଂହା ସ୍ଥିତ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ। ଏବଂ ସନ୍ଧ୍ୟାରେ ତାଙ୍କ ବୁଲେଟ ମୋଟର ସାଇକଲ ରେ ବଲାଙ୍ଗୀର ଫେରୁଥିଲେ। ତେବେ ପାଟଣାଗଡ଼ ଯୁରିଆ ଗ୍ରାମ ନିକଟରେ ସେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଥିଲେ। ସେପଟେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନା ଓ ପରେ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଏଠି ତାଙ୍କୁ ମୃତ ଘୋଷଣା କରିଥିଲେ। ବଲାଙ୍ଗୀର ପୁରୁଣା ରାଜବାଟି ରାଜପରିବାରର ସଦସ୍ୟ ତେଜ ବାହାଦୂର ସିଂହ ଦେଓ ଆର୍ତ ତ୍ରାଣ ସିଂହ ଦେଓଙ୍କ ଦ୍ୱିତୀୟ ପୁତ୍ର ଥିଲେ। ସେ ଶିକ୍ଷିତ ଯୁବକ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି l