-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2026
କଟକ(ତପନ ମହାନ୍ତି ): ଏକ ଗଣ୍ଡଗୋଳକୁ କେନ୍ଦ୍ର କରି ଚାଉଳିଆଗଞ୍ଜ ଥାନାରେ ଦୁଇ ପକ୍ଷରୁ ଏତଲା ହୋଇଛି | ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଆଇନଜୀବୀ ଗୌତମ ଲେଙ୍କା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଗତକାଲି ମହାନଦୀବିହାରସ୍ଥିତ ଇଣ୍ଡିଆନ ବ୍ୟାଙ୍କ ନିକଟରେ ଯାଉଥିଲେ। ସମୟରେ ସଞ୍ଜୟ ଜେନା ତାଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ | ସେହିପରି ଶ୍ରୀ ଜେନାଙ୍କ ପୁଅ ମଧ୍ୟ ତାଙ୍କୁ ଫୋନ୍ କରି ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଶକୁ ଧ ଧମକ ଦେଇଥିଲେ ବୋଲି ଗୌତମ
ଦର୍ଶାଇଛନ୍ତି। ଅନ୍ୟପଟେ ଶ୍ରୀ ଜେନା ମଧ୍ୟ ଗୌତମଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, କୋଭିଡ ସମୟରେ ଗୌତମ ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କଠାରୁ ତିରିଶ ହଜାର ଟଙ୍କା ଧାର ଆକାରରେ ନେଇଥିଲେ। ଏହି ে ମାଗିବାରୁ ଗୌତମ ଟଙ୍କା ଫେରାଇବାକୁ ମନା କରି ଦେବା ସହ ତାଙ୍କୁ ଏବଂ ପୁଅକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି । ଉଭୟ ଏତଲାକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ବିଉଟି ମହାନ୍ତି ସୂଚନା ଦେଇଛନ୍ତି।