-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2026
କଟକ(ତପନ ମହାନ୍ତି):ସୂଚନା ଅଧିକାର ମାଧ୍ୟମରେ ତଥ୍ୟ ମାଗିଲେ ବିଭାରନ୍ତି କର ଉତ୍ତର ଦେଇ ଦୋଷ ଲୁଚାଇବା ଚେଷ୍ଟା ହେଉଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ସୂଚନା ଅଧିକାର କର୍ମୀ ନବକିଶୋର ଦାସ । ତାଙ୍କ କହିବା ଅନୁସାରେ ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ଟାଙ୍ଗୀ-ଚୌଦ୍ବାର ବ୍ଲକ ପ୍ରଶାସନ ଦ୍ବାରା ହରିଲୁଟ କରାଯାଉଛି ବିଶେଷକରି କୋଭିଡ ସମୟ ଓ ଘୂର୍ଣ୍ଣିବାତ୍ୟା “ଫନି” ସମୟରେ ଅଧିକ ପରିମାଣରେ ଅନିୟମିତତା ଘଟିଥିବା ଅଭିଯୋଗ ହୋଇଛି। ଏହା ସହିତ ବ୍ଳକରେ କାର୍ଯ୍ୟରତ ଜନସୂଚନା ଅଧିକାରୀ (ପି.ଆଇ.ଓ) ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ସତ୍ତ୍ୱେ ତାଙ୍କର ବଦଳି ହେଉନାହିଁ ବୋଲି ପ୍ରଶ୍ନ ଉଠିଛି। କେବଳ ଜଣେ ଅଧିକାରୀ ନୁହେଁ, ଅନେକ କର୍ମଚାରୀ ବର୍ଷରୁ ବର୍ଷ ଏଠାରେ ରହିବାରୁ ଦୁର୍ନୀତିର ଜାଲ ବିସ୍ତା ର ପାଇଛି ବୋଲି ଅଭିଯୋଗ ହେଉଛି ସବୁଠାରୁ ଚମକପୂର୍ଣ ତଥ୍ୟ ହେଉଛି — ବ୍ଲକ କାର୍ଯ୍ୟାଳୟରୁ ଅଡିଟ ଫାଇଲ ହଜିଯିବା ବା ଚୋରି ହେବା। ନିର୍ଦ୍ଧିଷ୍ଟ ପାଞ୍ଚଟି ପଞ୍ଚାୟତ ସମ୍ୱନ୍ଧୀୟ ଏହି ଫାଇଲ ନିଖୋଜ ଘଟଣା ପଛରେ ଗୁପ୍ତ ରହସ୍ୟ ଥିବା ଅନୁମାନ କରାଯାଉଛି । ଦୁଇ ବର୍ଷ ପୂର୍ବରୁ ଏନେଇ ଅଡିଟ ଅଧିକାରୀ ମନୋଜ ବାରିକଙ୍କୁ ପଚାରିବାରୁ ଏଭଳି କିଛି ଘଟଣା ଘଟିନାହିଁ ବୋଲି କହିଥିଲେ, କିନ୍ତୁ ପରେ ଥାନାରେ ଅଭିଯୋଗ ହୋଇଥିବା ଘଟଣା ସତ୍ୟକୁ ସନ୍ଦେହରେ ପକାଇଦେଇଛି। ଏହି ଫାଇଲ ହଜିବା ଘଟଣା ସତ୍ୟ ନା ମନଗଢ଼ା କାହାଣୀ —ସେନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି ଲୋକମୁଖରେ ତ ଏହାକୁ ଦୁର୍ନୀତି ଲୁଚାଇବାର ଚକ୍ରାନ୍ତ ବୋଲି ମଧ୍ୟ କୁହାଯାଉଛି ଏହି ସାମ୍ବାଦିକ ସମ୍ମିଳନୀରେ ନବକିଶୋର ଦାସଙ୍କ ସହ ସଞ୍ଜୟ ସ୍ବାଇଁ ଓ ହେମନ୍ତ ସ୍ବାଇଁ ମଧ୍ଯ ଉପସ୍ଥିତ ରହି ସ୍ପଷ୍ଟ ମତ ପ୍ରକାଶ କରିଥିଲେ | ସମଗ୍ର ଘଟଣାର ସ୍ବାଧୀନ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରିଛନ୍ତି | ଟାଙ୍ଗୀ ଚୌଦ୍ବାର ବ୍ଳକରେ ଚାଲିଥିବା ଏହି ଅଭିଯୋଗର ତଦନ୍ତ ହେବ କି? ନା ଆଗକୁ ମଧ୍ୟ ସରକାରୀ ଅର୍ଥକୁ ଏଭଳି ଭାବରେ ଲୁଟ ହେଇଚାଲିବ?