-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||     

HOME   ଜିଲ୍ଲା

ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ

07-May-2026



ବଲାଙ୍ଗିର(ପ୍ରେରଣା ଖବର): ସରକାର ସମାଜର ଅବହେଳିତ, ଭିନ୍ନକ୍ଷମ, ବିଧବା ଙ୍କ ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା ରଖିଛନ୍ତି କିନ୍ତୁ ଦେଖାଦେଉଛି ଅନେକ ହିତାଧିକାରୀ ସେଥିରୁ ଲାଭ ପାଉ ନାହାନ୍ତି । ଅନେକ ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜର ଆବେଦନ କରିପାରନ୍ତି ନାହିଁ । ଏପରି ସ୍ଥଳେ ବିଭାଗୀୟ କର୍ମଚାରୀମାନେ ତାଙ୍କ ପାଖକୁ ଆସି ଏହି ଯୋଜନାରୁ ଲାଭ ପାଇବା ପାଇଁ ଦରକାର ହେଉଥିବା କାଗଜପତ୍ର ସବୁ ପ୍ରସ୍ତୁତ କରିବା ଦରକାର କିନ୍ତୁ ଆମ ସରକାରୀ କର୍ମଚାରୀ ହୁଅନ୍ତୁ କି ଅଧିକାରୀ ହୁଅନ୍ତୁ ଏଥିରେ ଫେଲ ମାରୁଛନ୍ତି ତେଣୁ ଏହି ଯୋଜନା ଯେଉଁମାନଙ୍କ ପାଇଁ ତିଆରି ହୋଇଛି ସେମାନଙ୍କ ପାଇଁ ସମ୍ବେଦନଶୀଳ ହୋଇ ଜିଲ୍ଲା ପ୍ରଶାସନ କାମ କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଖଲିଆପାଲି ପଂଚାୟତର କିରାବାହାଲ ଠାରେ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ଲକ ସ୍ତରରେ ଯେତେ ବି ଜନହିତ ଯୋଜନା ଅଛି ଲୋକେ ତାର ସୁବିଧା ପାଉନାହାନ୍ତି । ଉଦାହରଣ ସ୍ୱରୁପ ଏ ଅଂଚଳରେ ଅନେକ ଲୋକ ତାଙ୍କ ଗୃହପାଳିତ ପଶୁ ପାଇଁ ଗୁହାଳ ତିଆରି କରିଛନ୍ତି କିନ୍ତୁ ଦେଖାଯାଉଛି ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ଆସୁଥିବା ଟଙ୍କା ସେମାନେ ପାଇ ପାରୁନାହାନ୍ତି । ଏହି ଯୋଜନାରେ ଶ୍ରମ କାମ ପାଇଁ ଆସୁଥିବା ଟଙ୍କା ଆସିଯାଉଥିବା ବେଳେ ବର୍ଷ ବର୍ଷ ଧରି ସାମଗ୍ରୀ ପାଇଁ ଅନୁଦାନ ଆସୁନାହିଁ ତେଣୁ ଅନେକ ହିତାଧିକାରୀ ଟଙ୍କା ଖର୍ଚ୍ଚ କରି ଘୋର ଅସୁବିଧାରେ ଅଛନ୍ତି । ଏହି ଅଂଚଳରେ ଷ୍ଟ୍ରିଟ ଲାଇଟ ମରାମତି ପାଇଁ ବ୍ଲକ ପ୍ରଶାସନ ମୋଟେ ଧ୍ୟାନ ଦେଉନାହାନ୍ତି ବୋଲି ଲୋକ ଅଭିଯୋଗ କରିଥିଲେ । ପିଇବା ପାଣି ସମସ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗୁଛି । ୨୦୨୪ ନିର୍ବାଚନ ପରବର୍ତ୍ତି ସମୟରୁ ଅଂଚଳର ବିକାଶ ପାଇଁ କୌଣସି ନୂତନ ପ୍ରକଳ୍ପ ଆସୁନଥିବା ଆଲୋଚନାରେ ଲୋକେ କହିଥିଲେ । ଏ ଅଂଚଳର ଜୀବନରେଖା କୁହାଯାଉଥିବା ଛତାମଖନା ବ୍ୟାରେଜ ର ସୌନ୍ଦର୍ଯିକରଣ ତଥା ମାଟି ବନ୍ଧ ପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉ ନ ଥିବାରୁ ଏ ଅଂଚଳବାସୀଙ୍କ ମନରେ ଧିରେ ଧିରେ ଅସନ୍ତୋଷର ଦାନା ବାନ୍ଧୁଛି । ଏ ସବୁ ଅଭିଯୋଗ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ନିଶ୍ଚିତ ଭାବରେ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ କଥା ହୋଇ ଯେତେ ଶିଘ୍ର ହେବ ଏ ସବୁର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅଂଚଳର ସୁଶିଲ ମହାକୁର, ସୂର୍ଯ୍ୟନାରାୟଣ ବଗର୍ତ୍ତି, ଦିନବନ୍ଧୁ ମହାକୁର, ବାଳଗୋପାଳ ମହାକୁର, ସତ୍ୟନାରାୟଣ ମହାକୁର, ଉମେଶ ବାରିକ ଙ୍କ ସମେତେ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026

You Might Also Like