-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-May-2026
ବରପାଲି : (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଚଳିତ ବର୍ଷର ୧୪୯ତମ ଶୀତଳଷଷ୍ଠୀ ମହୋତ୍ସବରେ ତାଡ଼କାସୁର ଭୂମିକାରେ ଅଭିନୟ କରିବା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ଚୟନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଶୀତଳଷଷ୍ଠୀ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଶ୍ରୀ ମିଶ୍ରଙ୍କ ଜନ୍ମମାଟି ଦେଓଗାଁ ଗସ୍ତ କରି ପାରମ୍ପରିକ ରୀତିନୀତି ଅନୁଯାୟୀ ତାଙ୍କୁ ବରଣ କରିଛନ୍ତି। ବହୁ ବର୍ଷର ଅଭିନୟ ଅଭିଜ୍ଞତା ସମ୍ପନ୍ନ ଜଗଦାନନ୍ଦ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦାୟିତ୍ୱ ଦିଆଯାଇଥିବାରୁ ଅଞ୍ଚଳର କଳାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ବରଣ ପ୍ରକ୍ରିୟା ସମୟରେ ଶୀତଳଷଷ୍ଠୀ କମିଟିର ସଭାପତି ଆନନ୍ଦ ବାବୁଙ୍କ ସମେତ ପିନାକୀ ଦାଶ, ବାଳକୃଷ୍ଣ ପୂଝାରି, ରାଜିନ୍ଦ୍ର ପୂଝାରି, ପ୍ରଶାନ୍ତ ସାହୁ, ବିନୋଦାନନ୍ଦ ସାହୁ, ବୃଷଭାନୁ ସାହୁ, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।