-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଅପରାଧ

ଟିଟିଲାଗଡ଼: ଜେଲ ଭିତରେ ଅନ୍ତେବାସୀନି ମହିଳାଙ୍କୁ ଧର୍ଷଣ ଅଭିଯୋଗ

07-Feb-2021



ଟିଟିଲାଗଡ଼(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ କାରାଗାରରେ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି । ଇତି ମଧ୍ୟରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଡାକ୍ତରଖାନା ପରିସସରରେ ଭିନ୍ନକ୍ଷମ ନାବାଳିକା କୁ ଧର୍ଷଣ କରାଯାଇଥିବା ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ, ଜେଲ ଭିତରେ ଥିବା ଜଣେ ଅନ୍ତେବାସୀନିଙ୍କୁ ବିବାହ ପ୍ରଲୋଭନ ଦେଖାଇ ସେହି ଜେଲରେ ଥିବା ଆଉଜଣେ ଅନ୍ତେବାସୀ ପ୍ରଥମେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ପରେ ବାରମ୍ବାର ସମ୍ପର୍କ ସ୍ଥାପନ କରି ଆସୁଥିଲେ । ଏ ନେଇ ସମ୍ପୃକ୍ତ ଅନ୍ତେବାସିନୀ ଶନିବାର ସନ୍ଧ୍ୟା ରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଟିଟିଲାଗଡ ଉପଖଣ୍ଡ  ଆରକ୍ଷୀ ଅଧିକ୍ଷକ ଘଟଣାକୁ ସ୍ୱୀକାର କରି ଅଧିକ ତଦନ୍ତ ଆରମ୍ଭ କରାଯିବା ସହ ଆଜି ଉଭୟଙ୍କୁ ଡାକ୍ତରୀ ମାଇନା  କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପ୍ରକାଶ କରିଛନ୍ତି । ତେବେ ଜେଲ ଭିତରେ ଜେଲ କର୍ତ୍ତୃପକ୍ଷ ଥାଇ ଏଭଳି ଘଟଣା କିଭଳି ଘଟିଛି ସେ ନେଇ ଜେଲ କର୍ତ୍ତୃପକ୍ଷ କିଛି ଉତ୍ତର ଦେଇପାରି ନ ଥିବା ବେଳେ ତାଙ୍କ କାର୍ଯ୍ୟଦକ୍ଷତା ସ୍ପଷ୍ଟ ପ୍ରମାଣିତ ହେଉଛି । ସୂଚନା ଅନୁଯାୟୀ ଅଭିଯୋଗକାରିଣୀ ଅନ୍ତେବାସୀନି ତୁଷରା ଅଞ୍ଚଳ ହୋଇଥିବା ଓ ପାରିବାରିକ କଳହକୁ ନେଇ ତାଙ୍କ ସ୍ବାମୀଙ୍କ ବିରୋଧରେ  ଦୀର୍ଘଦିନ ହେବ ପୋଲିସ ର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଉପଯୁକ୍ତ ନ୍ୟାୟ ନ ମିଳିବା ଓ ଅପରପକ୍ଷ ଠାରୁ ଅର୍ଥ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରି କି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିଲେ । ପରେ ଉକ୍ତ ମହିଳାଙ୍କୁ ଅପରାଧିକ ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ ସହ ଜେଲ ଯାଇଥିଲେ । ସେ ଜେଲ ଯିବା ପରେ ଏକ ଆର୍ଥିକ ଠକେଇ ମାମଲାରେ ଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ସହ ଚିହ୍ନା ପରିଚୟ ହେବା ଓ ଦିନେ ସୁଯୋଗ ପାଇ ଜୋର ଜବଲଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଓ ପରେ ବିବାହ ପ୍ରଲୋଭନ ଦେଖାଇ ବରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ପରେ ଉକ୍ତ ବ୍ୟକ୍ତି କୌଣସି କାରଣରୁ ବିବାହ ହେବାକୁ ମନା କରି ଦେଇଥିଲେ, ଏ ନେଇ ସେ ଥାନାରେ ଅଭିଯୋଗ କରିବା ଜେଲ କର୍ତ୍ତୃପକ୍ଷ ଙ୍କୁ କହିବା ଓ ସେମାନେ ବାରଣ କରିବା ଯୋଗୁଁ ଜେଲ ରେ ସେ ଅନଶନ କରିବା ଧମକ ଦେବାରୁ ପରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ ପାଇଁ ରାଜି ହୋଇଥିଲେ । ଜେଲ ଭିତରେ ଏପରି ଘଟଣା ଘଟିବା ନେଇ  ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେବ ସେ ନେଇ ସମସ୍ତ ଙ୍କ ନଜର ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like