-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Feb-2021
କନ୍ଧମାଳ(ପ୍ରେରଣା ଖବର) : ସମ୍ପର୍କ ରେ କଳଙ୍କ ର ଛିଟା । ନିଜ ସମ୍ପର୍କୀୟ ଭଉଣୀକୁ ମଦ ପିଆଇ ଜଙ୍ଗଲରେ ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ବାଲିଗୁଡ଼ାରେ । ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ କୋଟଗଡ଼ ଥାନାରେ ଲିଖତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଦୁଇ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି ପୋଲିସ ।
ଏକ ବାହାଘର ଭୋଜିକୁ ଆସିଥିବା ନିଜ 2 ଜଣ ଭଉଣୀଙ୍କ ସହ ସମ୍ପର୍କୀୟ ଭଉଣୀଙ୍କୁ ଯୁବକ ଦୁଇଜଣ ସଲପରସ ପିଆଇ ଥିଲେ । କିନ୍ତୁ ନିଜ ଭଉଣୀମାନେ ଘରକୁ ଚାଲିଯାଇଥିଲେ । ସେଠାରେ ସମ୍ପର୍କୀୟ ଭଉଣୀକୁ ଏକା ପାଇ 2 ଯୁବକ ଦୁଷ୍କର୍ମ କରିଲେ ।
ଏ ନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ନେଇଛି ପୋଲିସ ।