-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||      ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍    (06-Nov-2026)       ||      କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   (06-Nov-2026)       ||      ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||     

HOME   ଜିଲ୍ଲା

ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ 

24-Apr-2026



ବଲାଙ୍ଗୀର(ବିନୋଦ ଦୀପ): ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ 'ଜାତୀୟ ପଞ୍ଚାୟତିରାଜ ଦିବସ'  ପାଳନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ସମାବେଶ ନୁହେଁ, ଏହା ଗ୍ରାମାଞ୍ଚଳ ସ୍ୱ-ଶାସନ ଓ ଲୋକତନ୍ତ୍ରର ମୌଳିକ ଶକ୍ତିକୁ ଜାଗରଣ କରିବାର ଦିବସ।

୭୩ତମ ସମ୍ବିଧାନ ସଂଶୋଧନର ତିନି ଦଶକ ପରେ ପଞ୍ଚାୟତରାଜ ବ୍ୟବସ୍ଥା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରାହିଁ ଏହି ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିପାରିବ ବୋଲି ସେ କହିଥିଲେ ।  ସେ ପୁଣି କହିଥିଲେ ଯେ, 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ବଳିଷ୍ଠ ନେତୃତ୍ଵରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ଗ୍ରାମାଞ୍ଚଳରେ ଜଳ, ଜମି, ଜଙ୍ଗଲର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମହିଳା ସଶକ୍ତିକରଣ ପାଇଁ ଆମ  ସରକାର  ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।  ୩୨୯ କୋଟି ଟଙ୍କା ର ୨୬୮ ଟି ପ୍ରକଳ୍ପ ର ଲୋକାର୍ପଣ ଓ ୨୫୨ କୋଟି ଟଙ୍କା ର ୩୬ ଟି ପ୍ରକଳ୍ପର ଶିଳାନ୍ୟାସ କରଯାଇଛି।

ଏଥିରେ ଭୀମଭୋଇ ମେଡିକାଲ କଲେଜରେ ଏକ ନୂତନନର୍ସିଂ କଲେଜ ପାଇ ମଧ୍ୟ ଶିଳାନ୍ୟାସ ରହିଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ଚିନିକଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇବାକୁ ଯାଉଥିବା ଘୋଷଣା କରିଥିଲେ।

ଏଥି ସହିତ ଅନ୍ତୋଦୟ ଗୃହ ଯୋଜନାରେ ୫୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଶୁଭାରମ୍ଭ କରିଥିଲେ । ପଞ୍ଚାୟତିରାଜ ସମୀକ୍ଷା ପୋର୍ଟାଲ୍ ଓ e- ପଞ୍ଚାୟତ ସଭା ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଥିଲେ।  

ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହୋଇଥିବା ସହ ଓଡିଶାର ଅନେକ ପଞ୍ଚାୟତ ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି ବୋଲି ସେ  କହିଥିଲେ।

 ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ,  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ଗରିବ ଓ ବଞ୍ଚିତ ପରିବାରମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ବାସଗୃହ ଓଡ଼ିଶାକୁ ମିଳିବାକୁ ଯାଉଛି। ଏହା ମାଧ୍ୟମରେ ସମସ୍ତେ ଘର ପାଇବେ ବୋଲି ସେ କହିଥିଲେ । ସେହିପରି ଜଳଜୀବନ ମିଶନ ଅଧୀନରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ବୃହତ୍ ଯୋଜନା ଗ୍ରହଣ କରାଯାଇଛି।

 ସେ ପୁଣି କହିଥିଲେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ପୁରା କରିବା ପାଇ ଗରିବ, ମହିଳା, ଯୁବ ବର୍ଗ ଓ ଅନ୍ନଦାତା ଙ୍କୁ ସଶକ୍ତ କରିବାପାଇଁ ଆମେ ବ୍ୟାପକ ଯୋଜନା ଆରମ୍ଭ କରିଛୁ। ସମୃଦ୍ଧ ପଞ୍ଚୟତ, ସମୃଦ୍ଧ ସହର ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି ଟିମ୍ ଓଡ଼ିଶା ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ପଞ୍ଚାୟତ ପ୍ରତିନିଧି ମନକୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ନିଜ ସରପଞ୍ଚ ସମୟର ଅଭିଜ୍ଞତା ଓ ଅନୁଭୂତିକୁ ବର୍ଣ୍ଣନା କରି କହିଥିଲେ ଯେ ଆଜି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗରିବ,ମହିଳା, ଯୁବ, ଚାଷୀ ସମସ୍ତଙ୍କ ବିକାଶ ପାଇଁ କାମ କରିବାର ସମୟ ଆସିଛି। 

 ଏହି ଅବସରରେ ମୁଖ୍ୟମନ୍ତ୍ରୀ MGNREGS ଏବଂ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା, ବ୍ଳକ୍, ଓ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କହିଥିଲେ ଯେ ବିକଶିତ ଓଡ଼ିଶା ପାଇ ମଜଭୁତ୍ ଗ୍ରାମ ସୃଷ୍ଟି କରିବା ଆମ ସରକାରଙ୍କର ମୂଳ ଲକ୍ଷ୍ୟ। ସେଥିପାଇଁ ପଞ୍ଚୟତିରାଜ୍ ଅନୁଷ୍ଠାନ ଗୁଡ଼ିକ ଅଧିକ ସୁଦୃଢ଼ ହେବାକୁ ପଡ଼ିବ । ପଂଚାୟତିରାଜ ଓ 

ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ଗ୍ରାମୀଣ ସଶକ୍ତିକରଣ ଓ ଲୋକ କୈନ୍ଦ୍ରିକ ଶାସନକୁ ବିକଶିତ ଓଡ଼ିଶାର ପ୍ରମୁଖ ସ୍ତମ୍ଭ ଭାବେ ଚିହ୍ନଟ କରାଯାଇଛି। ୨୦୨୬-୨୭ ବଜେଟରେ ଗ୍ରାମୀଣ ବିକାଶ ପାଇଁ ୪୪,୩୦୯ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଛି । ଏଥିରୁ ଆମ ସରକାରଙ୍କ ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ପ୍ରକାଶ ପାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଫଳ ଆଜି ଘରେ ଘରେ ପହଞ୍ଚିଛି । ଆମ ସରକାର ପଞ୍ଚାୟତରାଜ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଉଛନ୍ତି। 

ଏହି କାର୍ଯ୍ୟକ୍ରମରେ  କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଗ, ଟିଟଲାଗଡ ବିଧାୟକ ନବୀନ ଜୈନ, ବଲାଙ୍ଗୀର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଆଭାସୀ ମାଧ୍ୟମରେ ମନ୍ତ୍ରୀ ଓ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ ଏନ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଧନ୍ୟବାଦ୍ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   06-Nov-2026
  ଅପରାଧ  
୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି   06-Nov-2026
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ I   06-Nov-2026
  ଜିଲ୍ଲା  
ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   06-Nov-2026
  ଅପରାଧ  
ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍   06-Nov-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   06-Nov-2026
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026
  ଜିଲ୍ଲା  
ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    06-Nov-2026
  ଜିଲ୍ଲା  
ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   06-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   06-Nov-2026

You Might Also Like