-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ବିଶେଷ

ଚାନ୍ଦଲି ପାହାଡକୁ ପର୍ଯ୍ୟସ୍ଥାଳୀର ମାନ୍ୟତା ଦାବି.. ଐତିହାସିକ ପୃଷ୍ଠଭୂମି ସହିତ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ

06-Feb-2021



ଦେଓଗାଁ,(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ଅନେକ ଅଞ୍ଚଳ ବଣପାହାଡ ଘେରରେ ରହି ସୌନ୍ଦର୍ଯ୍ୟପୂର୍ଣ୍ଣ ରହିଛି । ଜିଲ୍ଲାର ଅନେକ ପାହଡ ତଥା ଜଙ୍ଗଲ ଲୋକଙ୍କୁ ଜୀବନଜୀବିକା ଦେଉଥିବା ବେଳେ ପର୍ଯ୍ୟଟକଙ୍କ ମନ ମୋହୁଛି । ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ,ମହଖଣ୍ଡ,କୁମୁଡା,ଭୀମଡୁଙ୍ଗୁରି ଇତ୍ୟାଦି ପାହାଡ ଓ ଜଙ୍ଗଲକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ମିଳିସାରିଛି । ଏବେ ଜିଲ୍ଲାର ଦେଓଗାଁ ବ୍ଲକର ଦେଷଣ୍ଢ ପଞ୍ଚାୟତର ଚାନ୍ଦଲି ପାହାଡକୁ ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେବାକୁ ସ୍ଥାନୀୟଲୋକେ ଦାବି କରୁଛନ୍ତି । ୫ଟି ପଞ୍ଚାୟତର ପ୍ରାୟ ୩୦ଖଣ୍ଡ ଗ୍ରାମର ଲୋକଙ୍କ ଭାବଗତ,ଆଧ୍ୟାତ୍ମିକ,ସାମାଜିକ ଓ ଅର୍ଥନୈତିକ ସଂପର୍କ ଏହି ଚାନ୍ଦଲି ପାହାଡ ଉପରେ ରହିଛି । ଦେଷଣ୍ଢ ଗାଁଠାରୁ ମାତ୍ର ୨କିମି ଦୂରରେ ରହିଥିବା ଏହି ପାହାଡର ଅନେକ କିମ୍ବଦନ୍ତି ରହିଛି । ସ୍ଥାନୀୟଲୋକଙ୍କ କହିବା ହେଲା ଚାନ୍ଦଲି ପାହାଡରେ ବହୁବର୍ଷ ପୂର୍ବରୁ ଜଣେ ସିଦ୍ଧସାଧୁ ରହୁଥିଲେ । ଏଠାରେ ସେ ତପସ୍ୟା କରିବା ସହିତ ସିଦ୍ଧିଲାଭ ମଧ୍ୟ କରିଥିଲେ । ତାଙ୍କ ସାଙ୍ଗରେ ଅନେକ ସାଧୁ ଏଠାରେ ଥିବା ଗୁମ୍ଫାରେ ରହୁଥିଲେ । ଆଜି ମଧ୍ୟ ସେହି ଗୁମ୍ଫାଗୁଡିକ ଉକ୍ତ ପାହଡରେ ରହିଛି । ପାହାଡର ଚାରିଦିଗରେ ଘଞ୍ଚଜଙ୍ଗଲ ଭରିରହିଥିଲା । ଆଜି ମଧ୍ୟ ଏହି ଲଣ୍ଡା ପାହାଡର ଚାରିପଟରେ ପ୍ରାୟ ୫୦୦ଏକର ପରିମିତ ଘଞ୍ଚଜଙ୍ଗଲ ରହିଛି । ବଲାଙ୍ଗୀର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ପାଟଣାଗଡ ରେଞ୍ଜର କିରିବାଞ୍ଜି ରିଜର୍ଭ ଜଙ୍ଗଲକୁ ଏହା ଲାଗିରହିଛି । ଜଙ୍ଗଲରେ ଅନେକ ଜୀବଜନ୍ତୁ ରହିଥିବା ସହିତ ଔଷଧିୟ ଗୁଲ୍ମଲତା ଭରି ରହିଛି । ସାହାଡା,ବାହାଡା,ଅଁଅଳା ସହିତ ଅନେକ କିସମର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସ୍ଥାନୀୟ ଆଦିବାସୀମାନେ ଜୀବିକା ନିର୍ବାହ କରିଆସୁଛନ୍ତି । ପାହାଡ ନିକଟରେ ଦେଷଣ୍ଢ,ଭାଲୁକୁନ୍ଦ,କେଓମାଲ,ଜୁରାବନ୍ଧ ପ୍ରଭୃତି ଗ୍ରାମ ରହିଛି । ଚାନ୍ଦଲି ପାହାଡ ନିକଟରେ ରହିଛି ଖପ୍ରାଡୁଙ୍ଗୁରି । ଚାନ୍ଦଲି ପାହାଡ ଉପରେ ରହିଛି ଏକ ଐତିହାସିକ ଜଳଉତ୍ସ । ଲଣ୍ଡା ପାହାଡର ଶୀଖରରେ ବର୍ଷସାରା ପ୍ରାୟ ୧୦ଫୁଟ ଉପରେ ପାଣି ଉକ୍ତ ପାଣିଟାଙ୍କିରେ ରହୁଛି । ଯାହାକୁ ସେଠାରେ ରହୁଥିବା ସାଧୁସନ୍ଥ ବ୍ୟବହାର କରିଆସୁଛନ୍ତି । ଏହା ସହିତ ଏକ ସତ୍ୟବଟବୃକ୍ଷ ମଧ୍ୟ ରହିଛି । କୁହାଯାଏ ଯେ,ଏହି ସତ୍ୟବଟବୃକ୍ଷ ଶହଶହ ବର୍ଷ ହେଲା ଏଠାରେ ରହିଆସିଛି । ଏହି ବଟବୃକ୍ଷ ମାତ୍ର ୧ଫୁଟ ଉଚ୍ଚର ହୋଇ ରହିଯାଇଛି । ଏହା କେବେ ମଧ୍ୟ ବଢେ ନାହିଁ କି କମେ ନାହିଁ । କେବଳ ଏକ ବିଶାଳ ପଥରଖଣ୍ଡ ଉପରେ ଚେରଲାଖିରହି ଏକ ଆଶ୍ଚର୍ଯ୍ୟଜନକ ଭାବରେ ରହିଛି । ଏହାର ପତ୍ର ବର୍ଷସାରା ସବୁଜ ଦେଖାଯାଇଥାଏ ଓ କେବେ ମଧ୍ୟ ତାହା ଶୁଖେ ନାହିଁ । ତେଣୁ ଏକ ଆଶ୍ଚର୍ଯ୍ୟର ବଟବୃକ୍ଷ ହୋଇଥିବାରୁ ତାକୁ ସ୍ଥାନୀୟଲୋକେ ସତ୍ୟବଟବୃକ୍ଷ ବୋଲି କହୁଛନ୍ତି । ବିଶ୍ୱାସ ରହିଛି ଏହି ବଟବୃକ୍ଷ ନିକଟରେ ଯିଏ ଯାହା ମନାସିଥାଏ ତାହା ପୂରଣ ହୋଇଥାଏ । ତେଣୁ ବହୁଲୋକ ଆସି ନିଜର ମନସ୍କାମନା କରିଥାନ୍ତି ।  ସେହିପରି ପାହାଡରେ ଅନେକ ସ୍ଥାନରେ ବିଭିନ୍ନ ରେଖାଚିତ୍ର ରହିଛି । ପଥରମାନେ କେଉଁଠି ଶଙ୍ଖ ଆକୃତିର ହୋଇଥିବା ବେଳେ କେଉଁଠି ସପ୍ତଫେଣି ନାଗ ଭଳି ରହିଛି । ଯାହାକି ଲୋକଙ୍କ ଭକ୍ତିର ଭାବନାକୁ ବଢାଉଛି । ଏହା ଏକ ଆଧ୍ୟାତ୍ମିକ କ୍ଷେତ୍ର ହୋଇରହିଛି । ଗତ କିଛିବର୍ଷ ହେଲା ଦେଷଣ୍ଢ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଏକ କମିଟି ଗଠନ କରି ଏହି ସ୍ଥାନର ବିକାଶ ପାଇଁ ଉଦ୍ୟମ କରୁଛନ୍ତି । ଦେଷଣ୍ଢର ଘାସିରାମ ରଣା, ଅବସରପ୍ରାପ୍ତ ସୈନିକ ନିଳାମ୍ବର ପାଣିଗ୍ରାହୀ,ବିଦ୍ୟାଧର ନାଏକ,ଦିନବନ୍ଧୁ ମେହେର,ସ୍ୱୟମ୍ବର ମେହେର, ସତ୍ୟନାରାୟଣ ଷଢଙ୍ଗୀ,ଉଗ୍ରସେନ ରଣା,ସସ୍ମିତା ନାଏକ ପ୍ରମୁଖଙ୍କ ଉଦ୍ୟମକ୍ରମେ ଏହି ସ୍ଥାନର ବିକାଶ କାମ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକଙ୍କ ଦାବି ପରେ ଦେଓଗାଁ ବ୍ଲକର ଅଧ୍ୟକ୍ଷା ରୀନା ମେହେର ଏହି ସ୍ଥାନକୁ ମୁଖ୍ୟ ସଡକ ଠାରୁ ଏକ ମାଟି ରାସ୍ତାର ନିର୍ମାଣକାମ ଆରମ୍ଭ କରାଇଛନ୍ତି । ମନରେଗା ଯୋଜନାରେ ୫ଲକ୍ଷ ଟଙ୍କାର ଅନୁଦାନରେ ଉକ୍ତ ରାସ୍ତାଟି ନିର୍ମାଣ ଚାଲିଛି । ଠିକ ସେହିପରି ସେଠାରେ ଏକ ସଭାମଣ୍ଡପ,ନଳକୂପ ଖନନ,ମେଳା ପଡିଆକୁ ସମତୁଳ କରାଯିବା ଇତ୍ୟାଦି କାମ କରାଯାଇଛି । ସ୍ଥାନୀୟ ଲୋକଙ୍କ ଉଦ୍ୟମକ୍ରମେ ଚନ୍ଦଲି ପାହାଡ ଉପରକୁ ପାହାଚ ମଧ୍ୟ ନିର୍ମିତ ହୋଇଛି । ଫଳରେ ପର୍ଯ୍ୟଟକମାନେ ସହଜରେ ପାହାଡକୁ ଚଢିପାରୁଛନ୍ତି । ପ୍ରତ୍ୟେକବର୍ଷ ଲୋକଙ୍କ ଉଦ୍ୟମରେ ଏକ ଯଜ୍ଞର ମଧ୍ୟ ଆୟୋଜନ ହେଉଛି । ସାଧୁସନ୍ଥମାନେ ଆସି ହୋମଯଜ୍ଞ କରୁଛନ୍ତି । ଯଜ୍ଞ ସମୟରେ ତଥା ନୂଆବର୍ଷରେ ଏଠାରେ ହଜାର ହଜାର ଲୋକଙ୍କ ସମାଗମ ହେଉଛି ।

କିଛି ଲୋକଙ୍କ ଦାନରେ ପାହାଡର ପଦଦେଶରେ ଏକ ଗଣେଶ ମୂର୍ତ୍ତି ଓ ଏକ ସରସ୍ୱତୀ ମୂର୍ତ୍ତି ସ୍ଥାପନ କରାଯାଇ ପାହାଡକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ଚଳିତବର୍ଷ ପାହାଡର ତଳେ ଓ ଉପରେ ଆମ୍ବବୃକ୍ଷ,ଅଅଁଳା,ଜାମୁ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି । ଫଲରେ ଅଞ୍ଚଳଟି ସୌନ୍ଦର୍ଯ୍ୟଭରା ହୋଇଛି । ଲୋକଙ୍କର ଦାବିକୁ ନେଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ରାଜ୍ୟ ପର୍ଯ୍ୟଟନମନ୍ତ୍ରୀଙ୍କୁ ମଧ୍ୟ ଭେଟି ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି । ଦେଓଗାଁ ବ୍ଲକରେ ଓ ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକରେ ଏନେଇ ବିଧିବଦ୍ଧ ପ୍ରସ୍ତାବ ମଧ୍ୟ ପାରିତ କରାଯାଇ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି । କେବଳ ରାଜ୍ୟସରକାରଙ୍କ ପର୍ଯ୍ୟଟନସ୍ଥଳି ଘୋଷଣା ଆପେକ୍ଷାରେ ଏବେ ଅଞ୍ଚଳବାସୀ ରହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like