-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
ଭୁବନେଶ୍ଵର,୧୧/୧୦- ସମନ୍ୱୟ ଅଭାବରୁ ଲୁଟ୍ ହୋଇଛି। ପଟିଆ ଷ୍ଟେସନ୍ ରାସ୍ତାର ପିଏନବି ATMରୁ ଲୁଟ୍ ଘଟଣାରେ ପ୍ରତିକ୍ରିୟା ରଖିଛି କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ୍ ଜୋନ୍-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ କହିଛନ୍ତି ଯେ ବ୍ୟାଙ୍କ, ମେଣ୍ଟେନାନ୍ସ ଓ ଟଙ୍କା ରଖୁଥିବା ସଂସ୍ଥା ମଧ୍ୟରେ ସମନ୍ୱୟ ନଥିଲା। ୯ ତାରିଖ ରାତିରୁ ଏଟିଏମ୍ ବନ୍ଦ ଥିଲା, ସୁରକ୍ଷା ବ୍ୟବସ୍ଥା କିଛି ବି ନଥିଲା। ବୈଷୟିକ ଜ୍ଞାନ ଥିବା ଏକ୍ସପର୍ଟଙ୍କର ସଂପୃକ୍ତି ଥିବା ଜଣାପଡୁଛି!! ଲୁଟ୍ରେ ବାହାର ରାଜ୍ୟର ଅପରାଧୀଙ୍କ ସଂପୃକ୍ତି ଥିବା ମନେହେଉଛି। ଘଟଣାରେ କିଛି ସ୍ଥାନୀୟ ଲୋକଙ୍କର ମଧ୍ୟ ହାତ ଥାଇପାରେ ଏସିପି କହିଛନ୍ତି। ପ୍ରକାଶଥାଉକି ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ATMରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି!!*