-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ବୋଡ଼େନ(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଖଇରା ଅଞ୍ଚଳ ଏବେ କ୍ରିକେଟ ଜ୍ବରରେ କମ୍ପୁଛି । ମା’ ବଲସ ଘରୀଏନ ସ୍ମୋର୍ଟ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ ଫ୍ଲଡ଼-ଲାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସନ୍ଧ୍ୟାର ଆଲୋକମାଳା ମଧ୍ଯରେ ଖେଳାଳିଙ୍କ ଚୌକା-ଛକା ଏବଂ ଦର୍ଶକଙ୍କ କରତାଳିରେ ପୁରା ପରିବେଶ ଉତ୍ସବମୁଖର ହୋଇଉଠିଛି।
ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥୂ ଭାବେ ଖଇରା ସରପଞ୍ଚ କୈଳାଶ ଚନ୍ଦ୍ର ଦଳ ଯୋଗଦେଇଥିଲେ। ସମ୍ମାନିତ ଅତିଥୂ ଭାବେ ମଝିଆ ମାଝୀ, ରାଜୁ ଛାବଡା, ସମାଜସେବୀ ଭୁବନେଶ୍ବର ରାଉତ, ସାମ୍ବାଦିକ ଜଗତରାମ ଦଣ୍ଡସେନା ଓ ଉପେନ୍ଦ୍ର ବାଗ, ପଞ୍ଚାୟତ ପି.ଇ.ଓ. ଗୁରଜୁ ନାଗ, ବିଘ୍ନରାଜ ଦଳ, ଗଜିନ ବଗ, ଯୋଗେନ୍ଦ୍ର ମାଝୀଙ୍କ ଆୟୋଜକ କମିଟି ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅତିମାନେ ପ୍ରଥମେ ମା’ ବଲସ ଘରୀଏନ ଓ ଗ୍ରାମର ଆରାଧ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ରି ଖେଳର ଶୁଭାରମ୍ଭ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖୁବାକୁ ମିଳିଥିଲା । ମୁଡାଗାଁ କୁ ପରାସ୍ତ କରି ବାହାଲମୁଣ୍ଡା ବିଜୟୀ -ବୋଡେନ କୁ ପରାସ୍ତ କରି ଝାଳକୁସୁମ ବିଜୟୀ – ଠକପାଲି କୁ ପରାସ୍ତ କରି ବାହାଲ ବିଜୟୀ ଓ ଟେମରି କୁ ପରାସ୍ତ କରି ଚନା ବିଜୟୀ ହୋଇଛି । ଫ୍ଲଡ଼-ଲାଇ ଇଟର ଚିକ୍କଣ ଆଳେ ଡ଼ୁମେର ନାବେଡା ଲୋକରେ ଖେଳାଳିମାନଙ୍କ ଉନ୍ନତ ପ୍ରଦର୍ଶନ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଛି । ଅଞ୍ଚଳ ର ବଛା ବଛା ୧୬ ଗୋଟି କ୍ରିକେଟ୍ ଦଳ ଅଂଶ ଗ୍ରହଣ । କରିଛନ୍ତି ଛନ୍ତି।ଖେଳ ର ସଫଳ ପରିଚାଳନା ରେ ଅମ୍ପାୟାର ୟାର ପିଣ୍ଡୁ ଓ ଆଲୋକ ରହିଥିବା ବେଳେ ଧାରାବିବ ବିବରଣୀ ପ୍ରଦାନ ପର୍ତୁଶ, ପ୍ରଶାନ୍ତ ମାନୁ ଓ ମହେନ୍ଦ୍ର ନିଜର ଚମତ୍କାର ଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ସେହି ଭଳି ସ୍କୋର ର ବୋର୍ଡ ରେ ଈଶ୍ବର, ଯୁଗଳ ଓ ଭଗ ତୁଲାଉଛନ୍ତି । । ସ୍ମୋର୍ଟ୍ କ୍ଲବ ସଭାପତି ମ ଗବାନ ଦାଇତ୍ବ ଭାପତି ମହେନ୍ଦ୍ର କୁମାର ବାଗଙ୍କ ନେତୃତ୍ବରେ ଗ୍ରାମବାସୀ ଓ ସମସ୍ତ ଯୁବଗୋଷ୍ଠୀ ସକ୍ରିୟ ସହଯୋଗ କରୁଛନ୍ତି ଛନ୍ତି । ତିନି ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆୟୋଜନ ଦ୍ବାରା ଅଞ୍ଚଳର ଯୁବ ପ୍ରତିଭାମାନେ ଲୋକଲୋଚନକୁ ଆସିବା ସହ ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।