-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ତଲସରା ବିରବିରା ଗ୍ରାମରେ ଭୀମଆର୍ମୀ ଆଂଚଳିକ କମିଟି ତରଫରୁ ବାବା ସାହେବ ଅମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥି ଭାବରେ ସଂଜୟ କୁମାର ଦୀପ,ପବନ କୁମାର ଲୂହା,ସୁରୁମଣୀ ସୁନାନୀ, ଭୋଲାନାଥ ମହାନନ୍ଦିଆ, ଶ୍ରଦ୍ଧାକର ମହାନନ୍ଦିଆ ଯୋଗ ଦେଈଥିବା ବେଳେ ବକ୍ତା ଭାବରେ ଯୋଗେନ୍ଦ୍ର ରୋହିଦାସ (ସଂପାଦକ, ଜିଲ୍ଲା ରୋହିଦାସ ସେବାସଂଘ ସୁନ୍ଦରଗଡ) ସହିତ ଶଷ୍ଠୀ ମହାନନ୍ଦ ଯୋଗଦାନ କରି ବାବା ସାହେବ ଙ୍କ ଜୀବନି ଓ ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ ।ସମସ୍ତ ମଂଚାସିନ ଅତିଥୀ ବାବା ସାହେବଙ୍କ ବିଷୟରେ ଓ ସମ୍ବିଧାନର ଶକ୍ତି ବିଷୟରେ ଅବଗତ କରିଥିଲେ l ସଭାରେ ଆଂଚଳିକ ସଭାପତି ଛତ୍ରପତି ମିରି ଓ ସଂପାଦକ ଗୁରୁଦେବ ଗନ୍ଧା ସହ ସଭ୍ୟ ସୁନିଲ ବାଗ, ଯୁଧିଷ୍ଠିର ମିରି, ପ୍ରଦୁମ କିଶାନ, ଦୁଷ୍ମନ୍ତ କିଶାନ,କ୍ଷୀରୋଦ କିଶାନ, ଖଘେଶ୍ବର ପୋଢ ଦାୟିତ୍ବ ତୁଳାଈଥିବା ବେଳେ ରମେଶ ଜୟପୁରିଆ ସଭା ପରିଚାଳନା କରିଥିଲେ | ସଭାଶେଷ ପରେ ଏକ ବାଈକ ଶୋଭାଯାତ୍ରା ବିରବିରା ଛକ ଯାଏ ବାହାରିଥିଲା ଓ ସଭାସାଂଗ କରାଯାଇଥିଲା