-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ଡୁଙ୍ଗୁରିପାଲି କୋଶଲ ସାମ୍ବାଦିକ ସଂଘର ତୃତୀୟ ପ୍ରତିଷ୍ଠା ମହୋତ୍ସବ ସ୍ଥାନୀୟ ଆରଏମସି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ବିପ୍ରଚରଣ ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବେ ତୁଙ୍ଗୁରିପାଲି ସରପଞ୍ଚ ତଥା ବିଗତ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇ ସଂଘର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରସଂଶା କରିବା ସହ ସଂଘ ପ୍ରତିଷ୍ଠା ଦିବରେ ମଧ୍ୟ ଯୋଗ ଦେଇଥିବା ଏବଂ ଆଗାମୀ ଦିନରେ ଏହି ସଂଘ ସମଗ୍ର ପଶ୍ଚିମ ଓଡିଶାରେ ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ଆଗକୁ ବଢିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଭାଙ୍ଗମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁକ୍କଣ ଦିଶ୍ରୀ ଏବଂ ସମାଜ ପାଠକ ମଞ୍ଚର ବରିଷ୍ଠ ସଦସ୍ୟ ତଥା ଶିକ୍ଷକ ଅମୂଲ୍ୟ ବେହେରା ଯୋଗ ଦେଇ ଥିଲେ । ସଂଘର ସମ୍ପାଦକ ରତ୍ନାକର ସେଠ ଅତିଥ ପରିଚୟ, ସ୍ଵାଗତ ଅଭିଭାଷଣ ସହିତ ସଂଘର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଗାମୀ ଦିନରେ ସଂଘ ସମଗ୍ର ପଶ୍ଚିମ ଓଡିଶା ଗସ୍ତ କରି ପ୍ରତ୍ୟେକ ଜିଲ୍ଲା, ବ୍ଲକ ସ୍ତରୀୟ ବୈଠକ କରି ସଂଘର ସଦସ୍ୟତା ବୃଦ୍ଧି କରିବା ଦିଗରେ କାର୍ଯ୍ୟକରିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶାରେ ଜଣେ ଗଣ ମାଧ୍ୟମର ପ୍ରତିନିଧି ଏହାର ପ୍ରାଥମିକ ସଦସ୍ୟ, ଉପଦେଷ୍ଟା ରହି ପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ ମଧ୍ୟରେ ସମାଜସେବା କ୍ଷେତ୍ରରେ ଡ.ମେଘନାଦ ପଧାନ, ଶିକ୍ଷା କ୍ଷେତ୍ରରେ ବାଙ୍କିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବୀର ଦୋରା, ପେକ୍ସ ପରିଚାଳନାରେ କୃଷି ଏବଂ କୃଷକମାନଙ୍କ ପାଇଁ କାମ କରିଥିବା ସମଲେଇଚୁଆ ପେକ୍ସ ସମ୍ପାଦକ ରାଜକୁମାର ପଧାନ ଓ ଡୁଙ୍ଗୁରିପାଲି ସମ୍ପାଦକ ରବିନ୍ଦ୍ର ବିଶ୍ଵାଳ, ଜଣେ ଯୁବ ସଂଗଠନ ଭାବେ ସମଲେଇଚୁଆ ସରପଞ୍ଚ ବିଭୁବତ୍ତ ରାଜହଂସଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଳକ ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ମିଶ୍ରଙ୍କୁ ସମ୍ବନ୍ଧିତ କରାଯାଇଥିଲା। କାଯ୍ୟକ୍ରମରେ ସେବା ଫାଉଣ୍ଡେସନର ପ୍ରତିଷ୍ଠାଚା ବିଭୁଦତ୍ତ ବିଶ୍ଵାଳ ଓ ଶୁଶାନ୍ତ ବାରିକ, କୋଶଲ ସେନାର ଯଦୁମଣି କୁଦେଇ, ସରୋଜ ପଧାନ, ସାମ୍ବାଦିକ ସଂଘ ସମ୍ପାବର୍ବ ଘନଶ୍ୟାମ ମେହେର, ଦୀନବନ୍ଧୁ ସୁନା, ପ୍ରଶାନ୍ତ ସେଠ, ଦେବରାଜ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରେଶ ପଧାନ, ଶିଶୁପାଳ ଖାମାରୀ, ଟଙ୍କଧର ମଟାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଶତପଥ୍, ଶିକ୍ଷକ ସୁରେଶ ପୁଜାରୀ, ସମାଜସେବୀ ଇନ୍ଦିରା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।