-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ବଲାଙ୍ଗିର (ପ୍ରେରଣା ଖବର )
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାରୀ ବନ୍ଦନା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ନାରୀର ସମ୍ମାନ,ମର୍ଯ୍ୟାଦା , ପ୍ରଗତି,ସ୍ବୀକୃତି ଓ ସଂରକ୍ଷଣ ପାଇଁ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ଏଥିରେ ସଭାପତିତ୍ବ କରିବା ସହିତ ଏହି କାର୍ଯ୍ୟକ୍ରମର ଅଭିଲକ୍ଷ୍ୟ ଏବଂ ପ୍ରତିକ୍ଷେତ୍ରରେ ନାରୀର ମର୍ଯ୍ୟାଦାକୁ କିଭଳି ଗୁରୁତ୍ୱ ଦିଆଯିବ ସେ ସଂପର୍କରେ ଅବଗତ କରାଇଥିଲେ। ଅଧ୍ୟାପିକା ଡକ୍ଟର ରମଣୀ ନାଏକ ଆଲୋଚିକା ଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ନାରୀର ପ୍ରଗତି ଓ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ବନ୍ଦନା ବାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ।