-+91-9937148622 |
prerana_bgr@rediffmail.com |
Sunday 19th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ଭାରତର ମହାନ ଚିନ୍ତାନାୟକ, ଭାରତୀୟ ସମ୍ବିଧାନର ପ୍ରଣେତା, ଭାରତ ରତ୍ନ ବାବା ସାହେବ ଭୀମ ରାଓ ଅମ୍ବେଦକର ଙ୍କ ୧୩୫ ତମ ଜୟନ୍ତୀ କୁ ଆଜି ଏକ ନିଆରା ଢଙ୍ଗ ରେ ପଞ୍ଚବଟି ବିଦ୍ୟାଳୟରେ ପାଳନ କରା ଯାଇଛି। ଏହି ସମରସ ଭାରତ ଶସକ୍ତ ଭାରତ କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ସମାଜ ରୁ ବିଭିନ୍ନ କ୍ଷେତ୍ର ରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଲକ୍ଷେଘର ଗଣ୍ଡା ସମାଜ ଡୁଙ୍ଗୁରିପାଲି ବ୍ଲକ
ର ସଭାପତି ନିତେଇ ପାଲ ଓ ସମାଜସେବୀ ଅଣାକାର ବିଶ୍ଵେଶ୍ଵର ଯୋଗଦେଇ ଆମ୍ବେଦକରଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ଯ ଅର୍ପଣ କରି ସଭା କାର୍ଯ୍ଯ ଆରମ୍ଭ କରିଥିଲେ,ପରେ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ଆମ୍ବେଦକର ଙ୍କ ବିଚାରଧାରାରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ଏହି ଅବସରରେ କିର୍ତ୍ତନ ଗାୟୀକା ଲିଲି ଦୀପ, ଭାଗ୍ଯ ସୁନା, କଳାକାର ରଘୁମଣି ନାଏକ,ଦଣ୍ଡ ନୃତ୍ୟ କଳାକାର ଜଗଦିସ ମହାନନ୍ଦ, ବାଦକ କ୍ଷମା କୁମ୍ଭାର ଙ୍କୁ ସମ୍ମାନିତ କରାଯା । ପଞ୍ଚବଟି ସ୍କୁଲ ର ଯୋତ୍ସ୍ନାରାଣୀ କୁମ୍ଭାର, ଲିଜା ସାହୁ, ରାଧାବଲ୍ଲଭ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।