-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
ବଲାଙ୍ଗିର(ପ୍ରେରଣା ଖବର): ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଭୂମିକା’ର ପ୍ରତିଷ୍ଠାତା ଛନ୍ଦାଚରଣଙ୍କ ସ୍ମରଣେ ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ପରିସରରେ ବିଷୁବୋତ୍ସବ ହୋଇଯାଇଛି । ଭୂମିକାର ସଭାପତି ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ନିମନ୍ତ୍ରୀତ କବି ଭାବରେ ପ୍ରମୁଖ ନିଜସ୍ଵ କବିତା ଆବୃତ୍ତି କରିଥିଲେ । ସେହିପରି ନିମନ୍ତ୍ରୀତ ଗାଳ୍ପିକ ଏବଂ ଗଳ୍ପ ପାଠ କରିଥିଲେ । କଥା ଓ କବିତା କାର୍ଯ୍ୟକ୍ରମକୁ କବି ବିଜୟ ତ୍ରିପାଠୀ ସଂଯୋଜନା କରିଥିଲେ। ତେବେ ଶ୍ରୋତାମାନେ କବିତା ଓ ଗଳ୍ପ ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭ ନାଦ ନିକୁଞ୍ଜ ର କୁନି କଳାକାର ଦ୍ୱାରା ମଙ୍ଗଳା ଚରଣ ପରିବେଶ୍ଚିତ ହୋଇ ଥିଲା।
ଏହି ଅବସରରେ ବିଶିଷ୍ଟ କବି ଡ଼ ମଞ୍ଜୁବାଳା ପଣ୍ଡା ଙ୍କୁ ‘ଭୂମିକା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନର ପ୍ରତ୍ୟୁତ୍ତରରେ ସେ କହିଥିଲେ ଯେ ମୁଁ ଆଜି ଉଲ୍ଲାସ ରେ କଣ୍ଠ ରୁଦ୍ଧ ହୋଇ ଯାଉଛି, ମୁଁ ବହୁତ ପଢୁ ଥିଲି ସେଥିପାଇଁ ବୋଧେ ମୁଁ ଡାକ୍ତର ହୋଇ ମୋ ଭିତରେ ସେ ସମ୍ବେଦନ ଶୀଳ ହୋଇ ଲେଖି ପାରୁଛି ଓ ରୋଗୀ ଦେଖିଛି । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଶକ୍ତି ଦତ୍ତ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଭୂମିକା ର ଉପ ସଭାପତି ନିଗମାନନ୍ଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମାନ ପ୍ରଦାନ ବେଳେ ଭୂମିକାର ଉପଦେଷ୍ଟା ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଓ ଭୂମିକା ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ସମେତ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ସହର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।