-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
କଳାହାଣ୍ଡି (ସଂଜୀବ କୁମାର ଦାସ) : ଶିକାର କରିବାକୁ ଯାଇ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ଘଟଣାରେ ସାଥୀ ୪ ଶିକାରୀଙ୍କୁ କୋର୍ଟ ଚାଲାଣ ।
ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଜୟପାଟଣା ବ୍ଲକ ବଡ଼ ପୁଝାରି ଗୁଡା ପଞ୍ଚୟତ ସାବିଗୁଡା ଗ୍ରାମର ସୁରେନ୍ଦ୍ର ରାଉତ ଅନ୍ୟ ୪ ଜଣ ସାଙ୍ଗ ମୋହିତ ପୁଝାରି, ଯୁବରାଜ ପୁଝାରି ଶିଶିର ରାଉତ ଓ ସୁପାଡ଼ ଗାଁର ଭୁର୍ଲି ରାଉତଙ୍କ ସହ ମିଶି ଗାଁ ନିକଟ ଜଙ୍ଗଲକୁ ପକ୍ଷୀ ଶିକାର ପାଇଁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ମୋହିତ ବନ୍ଧୁକରେ ଶିକାର କରୁଥିବା ସମୟରେ ଝୁଣ୍ଟି ପଡିବାରୁ ସୁରେନ୍ଦ୍ର ମୁଣ୍ଡରେ ଗୁଳି ବାଜିଥିବା ଅଭିଯୁକ୍ତ ୪ ଜଣ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।
ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ଘରକୁ ଚାଲି ଆସିଥିଲେ । ତାପର ଦିନ ଯୁବକଙ୍କ ମୃତଦେହ ଠାବ ହୋଇଥିଲା । ଏ ନେଇ ଜୟପାଟଣା ପୋଲିସ ଅଧିକାରୀ ରଶ୍ମୀତା ପ୍ରଧାନ ସୂଚନା ଦେଇଛନ୍ତି ।