-+91-9937148622 |
prerana_bgr@rediffmail.com |
Saturday 4th April 2026 |
R.N.I. Regd No. ODIODI/2010/46693
Breaking News
04-Apr-2026
ଲୋଇସିଂହା, (ପ୍ରେରଣା ଖବର) ସୂଚନା ରୁ ପ୍ରକାଶ ଯେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରଗଡ଼ ରୁ ବଲାଙ୍ଗୀର ପଟକୁ ଯାଉଥିବା ଏକ ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ନିକଟସ୍ଥ ଶୁକତେଲ ବ୍ରିଜ ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବ୍ରିଜ ର ବାଡକୁ ଧସେଇ ପଶି ଟ୍ରକ ଟି ବ୍ରିଜ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ଶୁକତେଲ ନଦୀ ବ୍ରିଜ ର ପ୍ରାୟ ୩୦ ଫୁଟ ବାଡ଼ ଭାଙ୍ଗି ଯାଇଛି। ଟ୍ରକ ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାସ୍ଥଳରେ ହିଁ ଚାଳକ ଗଣେଶ ନାଗ(୩୨) ଙ୍କ ମୃତ୍ୟୁ ଘଟିଥିଲା। ଗଣେଶ ଙ୍କ ଘର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜୋରୁମାଲ ଗ୍ରାମ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଖବର ପାଇ ମୃତବ୍ୟକ୍ତି ଗଣେଶ ଓ ଗାଡି ର ହେଲପର ସମୀର ଖାଲକୋ ଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ କୁ ସ୍ଥାନାତର କରିଥିଲେ l ପ୍ରକୃତ ଘଟଣା ଟି ପୋଲିସ ଅନୁସନ୍ଧାନ ପରେ ଜଣାପଡିବ l