-+91-9937148622 |
prerana_bgr@rediffmail.com |
Saturday 4th April 2026 |
R.N.I. Regd No. ODIODI/2010/46693
Breaking News
04-Apr-2026
ଟିଟିଲାଗଡ଼(ଉମେଶ ଦଣ୍ଡସନା) : କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ । ଟିଟିଲାଗଡ ରେଲୱେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଣେ ଯୁବକ ଗୋଟିଏ ବ୍ୟାଗରେ ୪୦ ଲକ୍ଷ ଟଙ୍କା ନେଉଥିବା ବେଳେ କେସିଙ୍ଗା ରେଲୱେ ଷ୍ଟେସନକୁ ଛାନଭିନ କରିଥିଲା ଟିଟିଲାଗଡ ରେଲୱେ ପୋଲିସ । ପ୍ରଭାତ ସମୁଏଲ ନାମକ ଜଣେ ଯୁବକ ୪୦ ଲକ୍ଷ ଟଙ୍କା ନେଉଥିବା ବେଳେ ତାକୁ ଅଟକ ରଖିଛି ଟିଟିଲାଗଡ ରେଲୱେ ପୋଲିସ । ଯୁବକଟି କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀ ଅଜୟ ସୋନି ଠାରୁ ପଇସା ନେଇ ରାୟପୁର ଯାଉଥିବା କହିଛି । ତେବେ ସମ୍ପୃକ୍ତ ଯୁବକକୁ ଟିଟିଲାଗଡ ରେଲୱେ ପୋଲିସ ଅଟକ ରଖି ପଚରାଉଚରା କରୁଛି ।