-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ଜିଲ୍ଲା

ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

04-Apr-2026



ଭୁବନେଶ୍ୱର: ୧ ଏପ୍ରିଲ ‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଓ

ପଦଯାତ୍ରା ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଲୋଅର ପିଏମ୍‌ଜି ଠାରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ପ୍ରାୟ ୨୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ଓଡ଼ିଆ ଭାଷାର ପ୍ରସାର ପାଇଁ ସଂକଳ୍ପ ନେଇଥିଲେ।

ଏହି ସଚେତନତା ପଦଯାତ୍ରାକୁ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ନିଜର ଅଭିଭାଷଣ ରଖି ସେ କହିଥିଲେ ଯେ, ୪ ଏପ୍ରିଲ ରୁ ୭ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ପରିଦର୍ଶନ କରିବେ। ଯେଉଁ ସ୍ଥାନରେ ଓଡ଼ିଆ ନାମଫଳକ ସ୍ପଷ୍ଟ ଭାବେ ଲଗାଯାଇନାହିଁ, ସେଠାରେ ବ୍ୟବସାୟୀମାନଙ୍କୁ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲେଖିବାକୁ ଅନୁରୋଧ କରାଯିବ। ଆମ ଭାଷା ଆମର ପରିଚୟ ଓ ଗର୍ବ ହୋଇଥିବାରୁ ପ୍ରତ୍ୟେକ ବ୍ୟବସାୟ ସ୍ଥଳରେ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଅତିରିକ୍ତ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ, ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର ଓ ଭାରତୀ ସିଥା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବନାନୀ ମହାପାତ୍ର, ଖୋର୍ଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପ-ଶାସନ ସଚିବ ପୀୟୂଷ ପରିଡ଼ା ଏବଂ ‘ଓଡ଼ିଶା ପରିବାର’ର ନୋଡାଲ ଅଫିସର ପ୍ରିତିଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ଅନୁଯାୟୀ ପ୍ରତ୍ୟେକ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଓ ନିର୍ଭୁଲ ଭାବେ ନାମଫଳକ ଲେଖିବା ଏକ ବାଧ୍ୟତାମୂଳକ ନିୟମ। ଏହି ଆଇନର ଧାରା ୩୫ ଅନୁଯାୟୀ,

ଯଦି କୌଣସି ପ୍ରତିଷ୍ଠାନ ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ କଠୋର ଆର୍ଥିକ ଜରିମାନାର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଥମ ଥର ନିୟମ ଖିଲାପ ପାଇଁ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୧୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଏହି ସଚେତନତା ଅଭିଯାନ ମାଧ୍ୟମରେ ସହରର ବ୍ୟବସାୟୀଙ୍କୁ ଆଇନ ସମ୍ପର୍କରେ ଅବଗତ କରାଯିବା ସହ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ପାଇଁ ଆହ୍ୱାନ ଦିଆଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like