-+91-9937148622 |
prerana_bgr@rediffmail.com |
Saturday 4th April 2026 |
R.N.I. Regd No. ODIODI/2010/46693
Breaking News
03-Apr-2026
(ରଂଜିତ ମହାନ୍ତି )
ବରୀ ବ୍ଳକ ରତଳାଙ୍ଗ ଗ୍ରାମର ଅବସରପ୍ରାପ୍ତ ସେବା ନିବୃତ ପଦାଧିକାରୀ ଯୁଗଳ କିଶୋର ରାୟଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ବାସଭବନ ପରିସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଅଧ୍ୟାପକ ଜ୍ଞାନରଞ୍ଜନ ଧଳଙ୍କ ସଭାପତିତ୍ୱରେ ସିରିଏଲ କଳାକାର ତେଜେସ୍ୱନୀ ରଥଙ୍କ ସଂଯୋଜନା କରିଥିବା ବେଳେ ସ୍ୱର୍ଗତ ରାୟଙ୍କ ନାତୁଣୀ ସୋମ୍ୟଶ୍ରୀ ନାୟକ ପାରମ୍ଭିକ ସୂଚନା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କୁଳମଣି ବିଶ୍ୱାଳ, ପିତାବାସ ସାମଲ, ଶେଷଦେବ ରାୟ, ଶମ୍ଭୁନାଥ ସାମଲ, ପ୍ରସନ୍ନ ରାୟ, ବିଜୟ କୁମାର ନାୟକ, ରୀନା ରାୟ, ତୃପ୍ତିମୟୀ ସାମଲ, ଚିନ୍ମୟ ରାୟ, ରତ୍ନାକର ରାୟ, ଶୁଭଶ୍ରୀ ସାମଲ, ରାଜବୀର ରାୟ, ସୁକାନ୍ତ ରାୟ, ବେଣୁଧର ରାୟ, ନିମାଇଁ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାୟଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବର୍ଗତ ଆତ୍ମାର ସଦଗତି ଲାଗି ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ସ୍ୱର୍ଗତ ରାୟଙ୍କ ଦେଶ ସେବା ସମାଜପ୍ରତି ଅଙ୍ଗୀକାର ବଦ୍ଧତା ଉପରେ ଅତିଥିମାନେ ସ୍ମୃତିଚାରଣ କରିଥିଲେ