-+91-9937148622 |

prerana_bgr@rediffmail.com |

  Friday 3rd July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||      *ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   (02-Jul-2026)       ||      ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   (02-Jul-2026)       ||      ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   (02-Jul-2026)       ||      ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   (02-Jul-2026)       ||      ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   (02-Jul-2026)       ||      କେବେ ସରିବ ଆଗଲପୁର ବ୍ଲକ ଚାଷୀଙ୍କ ଦୁଃଖ   (02-Jul-2026)       ||      ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||      ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ    (01-Jul-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

31-Mar-2026



ବଲାଙ୍ଗିର(ପ୍ରେରଣା ଖବର): ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ମାର୍ଚ୍ଚ ୨୮ଏବଂ ୨୯ ଦୁଇଦିନ ଧରି ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହି ଆଲୋଚନାଚକ୍ର ର ଉଦ୍ଘାଟନୀ ଉତ୍ସବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାଶ ମୁଖ୍ୟ ଅତିଥି,ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ହରପ୍ରସାଦ ଭୋଇ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଶ୍ୟାମ ଭୋଇ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସୁଶାନ୍ତ କୁମାର ପଣ୍ଡା,ମୁଖ୍ୟ ବକ୍ତା ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସଂଯୁକ୍ତ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ  ଯୋଗଦାନ କରିଥିଲେ।ଏହି ଉତ୍ସବରେ ଡ଼ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ଅଧ୍ୟାପକ ଡକ୍ଟର ରୋହିତ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।
 ଉଦ୍ଘାଟନୀ ଉତ୍ସବ ପରେ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନ ରେ "ସମକାଳୀନ ଓଡ଼ିଆ କଥା ସାହିତ୍ୟ (୧୯୮୦-୨୦୨୦)" ସମ୍ପର୍କରେ ଆଲୋକପାତ କରାଯାଇଥିଲା।ଏଥିରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସଭାପତି ରୂପେ ଦାୟିତ୍ୱ ବହନ କରିବା ସହିତ ଉକ୍ତ ବିଷୟ ସମ୍ପର୍କରେ ନିଜର ବହୁମତ ପ୍ରଦାନ କରିଥିଲେ।ବିଷୟ ବିଶେଷଜ୍ଞ ଭାବରେ ପ୍ରଫେସର ଶ୍ୟାମ ଭୋଇ,ପ୍ରଫେସର କୌତୁକ ପନ୍ଦର,ଡ. ସଞ୍ଜୟ ମିଶ୍ର ଯୋଗଦାନ କରି ସମକାଳୀନ କଥା ସାହିତ୍ୟ ର ବିଭିନ୍ନ ଦିଗ ସମ୍ପର୍କରେ ପର୍ଯ୍ୟାଲୋଚନା କରିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟର ଗବେଷକ ସୁରେଶ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ଦ୍ଵିତୀୟ ଅଧିବେଶନ "ସମକାଳୀନ ଓଡ଼ିଆ କବିତା (୧୯୮୦-୨୦୨୦)" ଶୀର୍ଷକକୁ ନେଇ ଆଲୋକପାତ ହୋଇଥିଲା। ଉକ୍ତ ସଭାରେ ସଭାମୁଖ୍ୟ ଭାବରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ,ବାରିପଦାର ପ୍ରାକ୍ତନ ପ୍ରଫେସର ଡ. ବବ୍ରୁବାହନ ମହାପାତ୍ର ଦାୟିତ୍ୱ ବହନ କରିଥିଲେ।ସଭାପତି ପ୍ରଫେସର ମହାପାତ୍ର,ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ପ୍ରତାପ କୁମାର ଦାଶ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡ. ଗୋପୀନାଥ ବାଗ ଓଡ଼ିଆ କବିତାର ବିଭିନ୍ନ ଧାରା ସମ୍ପର୍କରେ ପ୍ରବୋଧନା ଦେଇଥିଲେ।ତତ୍ ସହିତ ଅନ-ଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଦୁଇ ବିଶିଷ୍ଟ କବି ପ୍ରଫେସର ଶତ୍ରୁଘ୍ନ ପାଣ୍ଡଵ ଓ ଡ.ଗୌତମ ଜେନା ମଧ୍ୟ ସମକାଳୀନ ଓଡ଼ିଆ କବିତାର ରୂପରେଖ କୁ ନେଇ ତାଙ୍କର ମତବ୍ୟକ୍ତ କରିଥିଲେ। ଅଧିବେଶନ ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଅବକାଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।                                                          ତୃତୀୟ ଅଧିବେଶନର ଶୀର୍ଷକ ସମକାଳୀନ "ଓଡ଼ିଆ ନାଟ୍ୟ ସାହିତ୍ୟ (୧୯୮୦-୨୦୨୦)" କାର୍ଯ୍ୟକ୍ରମ ଉପଲକ୍ଷେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରଫେସର ସମର ମୁଦାଲି ସଭାମୁଖ୍ୟ ଆସନ ଅଳଙ୍କୃତ କରିଥିବା ସ୍ଥଳେ,ବିଷୟ ବିଶେଷଜ୍ଞ ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଗଣେଶ ରାମ ନାହାକ,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ.ପରୀକ୍ଷିତ ଭୋଇ, ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ,ପଶ୍ଚିମବଙ୍ଗ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶରତ କୁମାର ଜେନା ଓ ଉକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ।  ସମସ୍ତ ଅତିଥି ବୃନ୍ଦ ଆଜିର ବିଷୟ ଆଧାରିତ ବିଭିନ୍ନ ଦିଗର ଭାବଧାରକୁ ଅତି ନିଖୁଣ ଭାବରେ ଉପସ୍ଥାପନ କରିଥିଲେ। ସର୍ବଶେଷରେ ଗବେଷକ ଶୁଭ୍ରାଂଶୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଅଧିବେଶନରେ ଡ଼ ସୁଶାନ୍ତ କୁମାର ପଣ୍ଡା ସଂଯୋଜକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।ଉକ୍ତ ଆଲୋଚନାଚକ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅଧ୍ୟାପକ-ଅଧ୍ୟାପିକା ଗବେଷକ-ଗବେଷିକା ଏବଂ ଛାତ୍ରଛାତ୍ରୀ ଯୋଗଦେଇ ପ୍ରବନ୍ଧ ଉପସ୍ଥାପନା କରିବା ସହ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ I


  


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି   03-Jul-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   03-Jul-2026
  ଜିଲ୍ଲା  
ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   03-Jul-2026
  ଜିଲ୍ଲା  
ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ   02-Jul-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   02-Jul-2026
  ଜିଲ୍ଲା  
ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   02-Jul-2026
  ଜିଲ୍ଲା  
*ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   02-Jul-2026
  ରାଜ୍ୟ  
ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   02-Jul-2026
  ଜିଲ୍ଲା  
ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   02-Jul-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   02-Jul-2026
  ଜିଲ୍ଲା  
ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   02-Jul-2026
  ଜିଲ୍ଲା  
କେବେ ସରିବ ଆଗଲପୁର ବ୍ଲକ ଚାଷୀଙ୍କ ଦୁଃଖ   02-Jul-2026

You Might Also Like