-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
31-Mar-2026
ଲୋଇସିଂହା, (ବିନୋଦ ଦୀପ) ଯଜ୍ଞ ପରିଚାଳନା କମିଟି, ଅଲେଖ ମହିମା ମଠ, ଘୁଷୁରାମୁଣ୍ଡା ଗ୍ରାମବାସୀ ବୃନ୍ଦ ଆନୁକୂଲ୍ୟରେ ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ବ୍ରହ୍ମଯଜ୍ଞ କାର୍ଯ୍ୟକ୍ରମ ମାର୍ଚ୍ଚ ୨୭ ତାରିଖ ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି l ପଶ୍ଚିମ ଓଡିଶା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା ଅଲେଖମହିମା ମଠ ର ଶ୍ରୀ ଶ୍ରୀ ବିଶ୍ୱପୂଜ ଅଲେଖ ମହାପ୍ରଭୁ ଙ୍କ ବାଲ୍ୟଳିଲା ବ୍ରହ୍ମଯଜ୍ଞ ପରମ୍ପରା ଅନୁଯାୟୀ 1949 ମସିହାରୁ ପ୍ରତିବର୍ଷ ଚୈତ୍ରଶୁକ୍ଳ ଦଶମୀ ଦିନଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ପାଳିତ ହୋଇ ପୁର୍ଣିମା ଦିନ ପୂର୍ଣ୍ଣାହୁତି ହୋଇଆସୁଛି l ତଥା ପ୍ରତିମାସ ଚତୁର୍ଦଶୀ ପର୍ବ ଓ ପ୍ରତିଦିନ ତ୍ରିସନ୍ଧ୍ୟା ଉପାସନା ପୂର୍ବକ ସମସ୍ତ ଜଗତର ମଙ୍ଗଳ କାମନା କରି ମହାପ୍ରଭୁ ଙ୍କ ଠାରେ ପ୍ରାର୍ଥନା କରାଯାଉଛି l ଏହି ବାଲ୍ୟଳିଲା ବ୍ରହ୍ମଯଜ୍ଞ କାର୍ଯ୍ୟକ୍ରମ ରେ 30 ତାରିଖ ସୋମବାର ଦିନ ମୁଖ୍ୟଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ପଧାନ, ହିମାଂଶୁ ଶେଖର ସାହୁ, ଖଲିଆପାଲି ମହନ୍ତ (ମଠାଧୀଶ) ଯୋଗ ଦେଇଥିଲେ l